ଆଠମଲ୍ଲିକ: ବଇଣ୍ଡା -ଆଠମଲ୍ଲିକ ୬୨ ନମ୍ବର ରାଜ୍ୟ ରାଜପଥ ଝରଝରି ଘାଟି ରାସ୍ତାରେ ମଙ୍ଗଳବାର ଜଣେ ବୃଦ୍ଧା ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖି ଉପଜିଲ୍ଲାପାଳ ସାହାଯ୍ୟ କରିଛନ୍ତି। ଉପଜିଲ୍ଲାପାଳ ତରଣୀ ସୁନା ସେହି ରାସ୍ତା ଦେଇ ସରକାରୀ କାର୍ଯ୍ୟରେ ଯାଉଥିବା ବେଳେ ବୃଦ୍ଧାଙ୍କୁ ଦେଖି ଅଟକିଥିଲେ। ସେ ତୁରନ୍ତ ଜରୁରୀକାଳୀନ ସେବା ଗାଡ଼ିକୁ ଡକାଇ ବୃଦ୍ଧାଙ୍କୁ ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିବା ଜଣାଯାଇଛି। ଉପଜିଲ୍ଲାପାଳଙ୍କ ଏହି ମହାନତା ପାଇଁ ସାଧାରଣରେ ତାଙ୍କୁ ଖୁବ ପ୍ରଶଂସା କରାଯାଇଛି।
ଉପଜିଲ୍ଲାପାଳଙ୍କ ବଦାନ୍ୟତା: ରାସ୍ତାରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ବୃଦ୍ଧାଙ୍କୁ ହସ୍ପିଟାଲ ନେଇ କରାଇଲେ ଚିକିତ୍ସା
- Post published:October 11, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau


