ଅନୁଗୁଳ: ଜିଲ୍ଲାରେ କରୋନା ସ୍ଥିତି ବିଗିଡ଼ି ଚାଲିଥିବା ବେଳେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଗୁରୁବାର ଅପରାହ୍ନରେ କୋଭିଡ୍ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଆସନ୍ତାକାଲିଠୁ ବନ୍ଦ ହେବ ଅନୁଗୁଳ ଜିଲ୍ଲା କୋଭିଡ୍ କେୟାର ହସ୍ପିଟାଲ। ସେହି ସ୍ଥାନରେ ଆଇସୋଲେସନ୍ ୱାର୍ଡ୍ ଚାଲିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ସେହିପରି ତାଳଚେର କୋଭିଡ୍ ହସ୍ପିଟାଲ୍କୁ ଡାକ୍ତର, ନର୍ସ ଓ ଆଟେଣ୍ଡାଣ୍ଟ ନିୟମିତ ଦିନକୁ ଥରେ ପରିଦର୍ଶନ କରିବେ । ଅକ୍ସିଜେନ୍ ଟ୍ୟାଙ୍କରଗୁଡିକୁ ଆଞ୍ଚଳିକ ପରିବହନ ଅଧିକାରୀ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅନୁଗୁଳକୁ ୨ଟି, ଆଠମଲ୍ଲିକ ଓ ପାଳଲହଡ଼ାକୁ ଗୋଟିଏ ଲେଖାଏଁ ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥୀ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲିପ କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅଭୟ କୁମାର ଦାଶ ଓ ଉପଜିଲ୍ଲାପାଳ ବାସୁଦେବ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।
ଜିଲ୍ଲାପାଳଙ୍କ କୋଭିଡ୍ ସମୀକ୍ଷା
- Post published:May 7, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
