ବେଆଇନ ମିନାବଜାର ନିର୍ମାଣ ଉପରେ ଚଢାଉ: ଜେନେରେଟର ଜବତ

You are currently viewing ବେଆଇନ ମିନାବଜାର ନିର୍ମାଣ ଉପରେ ଚଢାଉ: ଜେନେରେଟର ଜବତ

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ପୁରୁଣା ବସ୍ ଷ୍ଟାଣ୍ଡ ରେ ନିର୍ମାଣାଧୀନ ଏକ ମୀନାବଜାର ଉପରେ ଅନୁଗୁଳ ପୌରପାଳିକା ପକ୍ଷରୁ ଚଢାଉ କରାଯାଇଥିଲା। ପୌରପାଳିକା ଠାରୁ ଅନୁମତି ନ ନେଇ ଏହି ମୀନାବଜାରର ଟେଣ୍ଟ ନିର୍ମାଣ କରାଯାଇଥିଲା। କଂକ୍ରିଟ ମଇଦାନରେ ଶତାଧିକ ଗାତ ଖୋଳା ଯାଇ ଏହି ନିର୍ମାଣ କାର୍ଯ୍ୟ ଚାଲିଥିଲା। ପୌର କର୍ତ୍ତୃପକ୍ଷ ଏଥିନେଇ ବସ୍ ଷ୍ଟାଣ୍ଡ ପୂଜା କମିଟିର ସଭାପତି ଓ ସମ୍ପାଦକଙ୍କୁ ତାଗିଦ୍ କରିବା ସହ ଟେଣ୍ଟ୍ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ।ଅଧିକାରୀମାନେ ସେଠାରେ ଥିବା ଏକ ଜେନେରେଟରକୁ ଜବତ କରିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ ପୂଜା କମିଟି ମିନାବଜାର ବସାଇବା ପାଇଁ ଜିଲ୍ଲା କାର୍ଯ୍ୟାଳୟରେ ଆବେଦନ କରିଥିଲେ ମଧ୍ୟ ପୌର କର୍ତୃପକ୍ଷଙ୍କ ସାଇଟ୍ ଭେରିଫିକେଶନ ରିପୋର୍ଟ ପାଇ ନଥିଲେ। ଚଢାଉ ସମୟରେ ପୌର ଅଧିକାରୀ ବିଭୂତି ଭୂଷଣ ମହାରଣା, ଆରଆଇ ଏମଆର୍ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply