ଅନୁଗୁଳ ପୋଲିସର ଅତର୍କିତ ଚଢ଼ଉ: ୫ ଲକ୍ଷରୁ ଊର୍ଦ୍ଧ୍ୱ ମୂଲ୍ୟର ବାଣ ଜବତ

0

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଏବଂ ପ୍ରଶାସନ ମିଳିତ ସହଯୋଗରେ ବିପୁଳ ପରିମାଣରେ ବାଣ ଜବତ କରାଯାଇଛି।

ସୂଚନାଯୋଗ୍ୟ, ଦୀପାବଳି ଉପଲକ୍ଷେ ଅନୁଗୁଳ ଷ୍ଟାଡିୟମ୍ ଠାରେ ସବୁଜ ବାଣକୁ ବିକିବା ପାଇଁ ପ୍ରଶାସନ ୧୨୩ଟି ଷ୍ଟଲକୁ ଅନୁମତି ଦେଇଥିଲେ। ଏଣୁ ଶନିବାର ଠାରୁ ବାଣ ବିକ୍ରି ଆରମ୍ଭ ହୋଇଥିଲା। ବାୟୁ ପ୍ରଦୂଷିତ କରୁଥିବା ବାଣ ବିକ୍ରି ହେଉଥିବା ଖବର ପାଇଁ ଅନୁଗୁଳ ତହସିଲଦାର୍ ଆଲୋକ ଦେହୁରୀ, ଏସଡିପିଓ ରମାକାନ୍ତ ମହାଳିକ, ଅନୁଗୁଳ ଟାଉନ୍ ଥାନା ଅଧିକାରୀ ଧୀରେଶ କୁମାର ଦାସଙ୍କ ନେତୃତ୍ଵରେ ଚଢ଼ଉ ହୋଇଥିଲା। ଏ ଅବସରରେ ବିପୁଳ ପରିମାଣରେ ବେଆଇନ୍ ବାଣ ଜବତ କରାଯାଇଛି। ଜବତ ବାଣର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.

error: Content is protected !!