ଅନୁଗୁଳ: ଆଜି ସକାଳେ ତାଳଚେର ବଙ୍କାଧରା ରୋଡର କନକେଇ ପିଢ଼ କେନାଲ ବ୍ରିଜ୍ ଉପରୁ ଏକ ଟ୍ରକ ତଳକୁ ଖସି ପଡ଼ିଛି। କେନାଲରେ ଜଳ ସ୍ତର ଅଧିକ ଥିବାରୁ ଟ୍ରକଟି ସମ୍ପୂର୍ଣ୍ଣ ଭାବେ ପାଣିରେ ବୁଡ଼ି ଯାଇଛି। କିନ୍ତୁ ଟ୍ରକ ଚାଳକ ଓ ହେଲ୍ପର ଅଳ୍ପକେ ବର୍ତ୍ତିଯାଇଛନ୍ତି।
ଅନ୍ୟପଟେ ଅପରାହ୍ନରେ ଟ୍ରକକୁ ଉଦ୍ଧାର କରିବାକୁ ଦୁଇଟି କ୍ରେନ୍ ଆସିଥିଲା। କିନ୍ତୁ ସେଥିରୁ ଗୋଟିଏ କ୍ରେନ୍ ଭାରସାମ୍ୟ ହରାଇ ଏବେ ପାଣି ଭିତରେ। ଏହି ବ୍ରିଜ୍ ୧୪୯ ନମ୍ୱର ଜାତୀୟ ରାଜପଥ ଉପରେ ଥିବାରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାସ୍ତାରେ ଚଳାଚଳ ପାଇଁ ପ୍ରବଳ ଭିଡ଼ ଜମିଥିବା ଦେଖାଯାଇଛି।