birthday

ମହିଳାଙ୍କୁ ଟଣାଓଟରା ଅଭିଯୋଗ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ମହିଧରପୁର ଫାଣ୍ଡି ଅଞ୍ଚଳରେ ୩୨ ବର୍ଷର ଜଣେ ବିବାହିତ ମହିଳାଙ୍କୁ ଜଣେ ବିବାହିତ ଯୁବକ ଅସଦ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ମହିଳା ଜଣକ ଗାଁ ପୋଖରୀକୁ ସୋମବାର ଅପରାହ୍ନରେ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ତଳମୁଳ ଗାଁର ନୀର ସେଠୀ(୨୭) ନାମକ ଜଣେ ବିବାହିତ ଯୁବକ ସେଠାରେ ପହଞ୍ଚି ମହିଳାଙ୍କୁ ଟଣାଓଟରା କରିଥିଲେ। ମହିଳା ପାଟି କରିବାରୁ ନୀର ସେଠାରୁ ପଳାଇ ଯାଇଥିଲେ। ଏ ନେଇ ମହିଳା ଥାନାରେ ଲିଖିତ ଅଭିଯୋଗ କରିବାପରେ ପୁଲିସ ଏକ ମାମଲା ରୁଜକରି ଘଟଣାର ତଦନ୍ତ କରୁଛି। ନୀର ବର୍ତ୍ତମାନ ଫେରାର ଅଛନ୍ତି।

Leave A Reply

Your email address will not be published.

error: Content is protected !!