ପୂର୍ବତନ ମନ୍ତ୍ରୀ ଅଦ୍ଵୈତ ପ୍ରସାଦ ସିଂହଙ୍କ ସ୍ମୃତିରେ ଟୁର୍ଣ୍ଣାମେଣ୍ଟ: କଟକକୁ ପରାସ୍ତ କରି ଭଦ୍ରକ ରେଲୱେ ରାଇଜିଂ ଷ୍ଟୁଡେଣ୍ଟ୍ ଚାମ୍ପିୟନ

0

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରତିଷ୍ଠାତା, ପୂର୍ବତନ ମନ୍ତ୍ରୀ ଅଦ୍ଵୈତ ପ୍ରସାଦ ସିଂହଙ୍କ ସ୍ମୃତିରେ ଗୋତମରା ଖେଳ ପଡ଼ିଆ ଠାରେ ଚାଲିଥିବା ଅଲ୍ ଓଡ଼ିଶା ୧୧ ତମ ଏ.ପି. ସିଂହ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଓ ୩୧ ତମ ମା’ ବ୍ରହ୍ମାୟଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଗ୍ରାଣ୍ଡ ଫାଇନାଲ ମ୍ୟାଚ୍ ରାଇଜିଂ ଷ୍ଟୁଡେଣ୍ଟ୍ କଟକ ଓ ଭଦ୍ରକ ରେଲୱେ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଭଦ୍ରକ ରେଲୱେ ରାଇଜିଂ ଷ୍ଟୁଡେଣ୍ଟ୍ କଟକକୁ ପରାସ୍ତ କରି ଚାମ୍ପିୟନ ହୋଇଛି। ଗ୍ରାଣ୍ଡ ଫାଇନାଲ ମ୍ୟାଚରେ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଟୁର୍ଣ୍ଣାମେଣ୍ଟରେ ୮ ଟି ଦଳ ଫ୍ରେଣ୍ଡସ କ୍ରିକେଟ କ୍ଲବ ତାଳଚେର, ଏମ.ଏମ.ସି.ସି ସମ୍ବଲପୁର, ରାଇଜିଂ ଷ୍ଟୁଡେଣ୍ଟ୍ କଟକ, ୟୁନିଅନ ସ୍ପୋର୍ଟିଁ କଟକ, ଭଦ୍ରକ ରେଲୱେ, କଳିଙ୍ଗ ଏକାଦଶ ପୁରୀ, ରକେଟ ଏକାଦଶ ମୁମ୍ବାଇ ଏବଂ ଏନ୍. ଆର.ସି.ଏ କୁଲାଡ ଅଂଶଗ୍ରହଣ କରିଥିଲେ।

ଫାଇନାଲରେ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ତଥା ଅନୁଗୁଳ ଜିଲ୍ଲା ବିଜେଡି ସହ ପର୍ଯ୍ୟବେକ୍ଷକ କୁନ ବିହାରୀ ଦାସ, ସମାଜସେବୀ ବିପ୍ଳବ ଜେନା, ସମବାୟ ବ୍ୟାଙ୍କ୍ ସଭାପତି ସନ୍ତୋଷ ପ୍ରଧାନ, ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ନଗରପାଳ ଅକ୍ଷୟ ସାମନ୍ତ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ବରିଷ୍ଠ ଆଇଜୀବୀ ପରମାନନ୍ଦ ମିଶ୍ର, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ କୁମୁଦ ବିହାରୀ ସିଂହ, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଦୁର୍ଗା ଚରଣ ପ୍ରଧାନ, ଜିଲ୍ଲା ଛାତ୍ର ବିଜେଡି ସଭାପତି ରାଜୀବ ଲୋଚନ ଦାସ, ବ୍ଲକ ବିଜେଡି ସଭାପତି ସରୋଜ ସାହୁ, ସମବାୟ ନିର୍ଦ୍ଦେଶକ ସରୋଜ ନାଏକ, ସରପଞ୍ଚ ମଣ୍ଟୁ ବରାହ, ସମିତି ସଭ୍ୟ ରାମଚନ୍ଦ୍ର ଭୋଳ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମଞ୍ଜୁଲତା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ମା’ ବ୍ରହ୍ମାୟଣୀ କ୍ଲବର ସଭାପତି ସୁବାଷ ଚନ୍ଦ୍ର ପଟ୍ଟନାୟକ ଓ ସମସ୍ତ ସଦସ୍ୟ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ।

Leave A Reply

Your email address will not be published.

error: Content is protected !!