ରାଜ୍ୟସ୍ତରୀୟ ପାଳଲହଡ଼ା କପ୍ ଫୁଟ୍‌ବଲ୍ ଉଦ୍‌ଘାଟିତ

0

ଅନୁଗୁଳ : ଅନୁଗୁଳ ଜିଲ୍ଲା ପାଳଳହଡା ଷ୍ଟାଡିୟମରେ ସୋମବାର ବହୁ ପ୍ରତୀକ୍ଷିତ ରାଜ୍ୟସ୍ତରୀୟ ପାଳଲହଡ଼ା କପ୍ ୨୦୨୧ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଛି । ଉଦଘାଟନୀ ମ୍ୟାଚରେ ଏକ ସଂଘର୍ଷପୂର୍ଣ୍ଣ ଖେଳରେ ତାଳଚେର ଏକାଦଶ ପାଳଲହଡ଼ାକୁ ୧-୦ ଗୋଲରେ ପରାସ୍ତ କରି ପ୍ରଥମ ଦଳ ଭାବେ ସେମି ଫାଇନାଲରେ ପ୍ରବେଶ କରିଛି। ପାଳଲହଡା ବିଧାୟକ ମୁକେଶ କୁମାର ପାଳ ମୁଖ୍ୟ ଅତିଥି ଓ ଉପଜିଲ୍ଲାପାଳ ତଥା କ୍ରୀଡ଼ା ସଂସଦ ସଭାପତି ଅଜିତ କୁମାର ପ୍ରଧାନ ସ୍ବତନ୍ତ୍ର ଅତିଥି, ପଞ୍ଚାୟତ ସମିତି ଅଧ୍ୟକ୍ଷ ନବକିଶୋର ନାଏକ, କ୍ରୀଡ଼ା ସଂସଦର ପ୍ରଥମ ସଂପାଦକ ରଘୁନନ୍ଦନ ଆଚାର୍ଯ୍ୟ ଓ ବ୍ଲକ ବିଜେଡି ସଭାପତି ଗଙ୍ଗାଧର ଜିତ, ଫୁଟବଲ କ୍ଲବର ଅଧ୍ୟକ୍ଷ ସୁଧାଂଶୁ କପରଦାର ସମ୍ମାନିତ ଅତିଥିରୂପେ ଯୋଗ ଦେଇଥିଲେ | ଭୋଳେଶ୍ବର ଗାଗାରାଇ, ବସନ୍ତ ବେହେରା, ଈଶ୍ବରଚନ୍ଦ୍ର ବେହେରା, ଅଭୟ ନାଏକ ଖେଳ ପରିଚାଳନା କରିଥିଲେ। କ୍ଲବର ସଭାପତି ନେତ୍ରାନନ୍ଦ ମହାକୁଳ, କ୍ରୀଡ଼ାବିତ ସବ୍ୟସାଚୀ କପରଦାର, କ୍ରୀଡ଼ା ସଂସଦ ଉପସଭାପତି ବିଷ୍ଣୁପ୍ରସାଦ ଦାସ, ସଂପାଦକ ନରେନ୍ଦ୍ର ଭୁକ୍ତା, କ୍ଲବର ସଂପାଦକ ପ୍ରଶାନ୍ତ ଦାସ, ହରିହର ପାଣିଙ୍କ ସମେତ କ୍ଲବର ସଦସ୍ୟମାନେ ସହଯୋଗ କରିଥିଲେ।

online coaching

Leave A Reply

Your email address will not be published.