ଶିକ୍ଷା ବିଭାଗରେ ଜାଲ ସାର୍ଟିଫିକେ: କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି

You are currently viewing ଶିକ୍ଷା ବିଭାଗରେ ଜାଲ ସାର୍ଟିଫିକେ: କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଦାବି

ଅନୁଗୁଳ: କିଛିଦିନ ହେବ ଅନୁଗୁଳ ଜିଲ୍ଲା ବିଭିନ୍ନ ସ୍କୁଲ ଗୁଡିକରେ ଜାଲ ସାର୍ଟିଫିକେଟ ଦେଇ ଅନେକ ଶିକ୍ଷକ ଚାକିରୀ କରିଥିବା ଅଭିଯୋଗ ହେବା ପରେ ଏଥିନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଖୋଳ ତାଡ଼ ଆରମ୍ଭ ହୋଇଛି ।ରବିବାର ଜଣେ ଶିକ୍ଷୟିତ୍ରୀଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ୯ ଜଣଙ୍କୁ ଖୋଜା ଚାଲିଛି। ଇତି ମଧ୍ୟରେ ନିଜ ନାମକୁ ଗୋପନ ରଖିବା ସର୍ତ୍ତରେ ଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଗତ ପ୍ରାୟ ୧୫ ବର୍ଷ ଧରି ଏହି ଜାଲ ସାର୍ଟିଫିକେଟ ରାକେଟ କାର୍ଯ୍ୟ କରିଆସୁଛି। ଏହି ରାକେଟ ମୋଟା ଅଙ୍କର ଟଙ୍କା ନେଇ କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ବଡମ୍ବା, ନରସିଂହପୁର ଅଞ୍ଚଳର ଯୁବକଙ୍କୁ ଅନୁଗୁଳ ଜିଲ୍ଲାରେ ଜାଲ ସାର୍ଟିଫିକେଟ ବିକି ଚାକିରୀ କରାଇଛନ୍ତି ।ନକଲି ବିଏଡ, ସିଟି ଏପରିକି ଅନେକ ଜାଗାରେ ଜାତି ସାର୍ଟିଫିକେଟ ଜାଲିଆତି କରି ଅନେକ ଶିକ୍ଷକ ଚାକିରୀ କରିଥିବା ଅଭିଯୋଗ ହେଉଚି। ଏହି ଜାଲ ରାକେଟରେ ବୋର୍ଡର ମଧ୍ୟ କିଛି କର୍ମଚାରୀ ରହିଥିବା ସନ୍ଦେହ କରାଯାଉଛି। କାରଣ ଭେରିଫିକେଶନ ପାଇଁ ଡକୁମେଣ୍ଟ ପଠାଇଲେ ବୋର୍ଡରୁ କୌଣସି ଜବାବ ମିଳୁନଥିବା ଅଭିଯୋଗ ହେଉଚି। ଏବେ ଧରପଗଡ ହେବା ପରେ ଅନେକ ଶିକ୍ଷକ ଲମ୍ବା ଛୁଟିରେ ଚାଲିଯାଉଥିବା ଦେଖାଯାଉଛି।ଫଳରେ ସ୍କୁଲରେ ଶିକ୍ଷାଦାନ ମଧ୍ୟ ବାଧା ପ୍ରାପ୍ତ ହେଉଚି। ସରକାର ଏ ଘଟଣାରେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ କଲେ ରାକେଟର ସମସ୍ତଙ୍କୁ ଧରା ଯାଇ ପାରନ୍ତା ।

Share

Leave a Reply