ଅନୁଗୁଳ:ସ୍ଥାନୀୟ ବଅଁରପାଳ ବ୍ଲକ ତେଣ୍ଟୋଲୋଇ ଠାରେ ନାଲକୋ କ୍ଷତିଗ୍ରସ୍ତ ପ୍ରଜା କୁମାରୀ ନାଏକ ଏବଂ ତାଙ୍କ ସ୍ବାମୀ ଲୋଚନ ନାଏକ ଆଜି ରେଳ ରୋକ୍ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ନାଲକୋ ରେଳ ଲାଇନ ନିର୍ମାଣ ପାଇଁ ନାଲକୋ କୁମାରୀ ନାଏକ ଏବଂ ଲୋଚନ ନାଏକଙ୍କ ଜମି ଅଧିଗ୍ରହଣ କରିଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ନିଯୁକ୍ତି ପ୍ରଦାନ କରାଯାଇନାହିଁ। ଏ ନେଇ ବାରମ୍ବାର ନାଲକୋକୁ ଅଭିଯୋଗ ଜଣାଇଥିଲେ ମଧ୍ୟ କମ୍ପାନୀ ସବୁବେଳେ ପ୍ରତିଶ୍ରୁତି ଦେଇ ଭାଙ୍ଗୁଥିଲା। ଏଣୁ ବାଧ୍ୟ ହୋଇ ଏହି ଦମ୍ପତି ଆଜି ରେଳ ରୋକ କରିଥିଲେ ବୋଲି କହିଛନ୍ତି।