ଅନୁଗୁଳ: ଅନୁଗୁଳ ଜିଲ୍ଲା ବାସନ୍ତୀ ଭଲିବଲ ଟ୍ରଷ୍ଟ ତରଫରୁ ଗୁରୁବାର ସ୍ଥାନୀୟ ବାସନ୍ତୀ ଦୁର୍ଗା ଭଲିବଲ ପଡ଼ିଆଠାରେ ଭଲିବଲର ଜନ୍ମଦିନ ପାଳନ କରାଯାଇଛି। ସୂଚନା ମୁତାବକ, ୧୮୯୫ ମସିହା ଫେବୃଆରୀ ୯ ତାରିଖରେ ଭଲିବଲ ଖେଳର ଜନ୍ମ ହୋଇଥିଲା। ଏଥିପାଇଁ ସାରା ବିଶ୍ୱରେ ଆଜି ଭଲିବଲର ଜନ୍ମଦିନ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଅନୁଗୁଳ ମା’ ବାସନ୍ତୀ ଭଲିବଲ ଟ୍ରଷ୍ଟ ପକ୍ଷରୁ ଭଲିବଲ ଜନ୍ମଦିନ ପାଳନ କରାଯାଇଥିଲା। ମା ବାସନ୍ତୀ ଭଲିବଲ ପଡ଼ିଆରେ ପୂର୍ବତନ ଟାମଡା ଅଧ୍ୟକ୍ଷ ଶକ୍ତି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେକ୍ କାଟି ଜନ୍ମଦିନକୁ ପାଳନ କରାଯାଇଛି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ ଯେ, ଦିନ ଥିଲା ଅନୁଗୁଳ ଭଲିବଲ ଖେଳ ପାଇଁ ରାଜ୍ୟସ୍ତରରେ ପରିଚୟ ସୃଷ୍ଟି କରିଥିଲା। କିନ୍ତୁ ଏବେ ଧୀରେ ଧୀରେ ଏହା ଲୋପ ପାଇବାକୁ ଯାଉଥିବା ବେଳେ ବାସନ୍ତୀ ଭଲିବଲ କ୍ଲବ ଭଲିବଲ ଖେଳ ପ୍ରତି ଯୁବପୀଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ କରୁଥିବା ଉଦ୍ୟମକୁ ପ୍ରଶଂସା କରିଥିଲେ। ଏଥିସହ ଭଲିବଲ ଜନ୍ମଦିନରେ ଅନୁଗୁଳ ଭଳିବଲ ଖେଳର ଆହୁରି ଉନ୍ନତି ହେଉ ଓ ଏହି ଜିଲ୍ଲାରୁ ଯୁବପିଢି ରାଜ୍ୟ ତଥା ଦେଶ ପାଇଁ ଖେଳି ସୁନାମ ଆଣନ୍ତୁ ବୋଲି କାମନା କରିଥିଲେ। ଆଜିର ଏହି ଜନ୍ମଦିନ ପାଳନ କାର୍ଯ୍ୟକ୍ରମରେ ବାସନ୍ତୀ ଭଳିବଲ ଟିମର ସମସ୍ତ କର୍ମକର୍ତ୍ତା ଏବଂ ଖେଳାଳି ଉପସ୍ଥିତ ଥିଲେ।
ଭଲିବଲର ଜନ୍ମଦିନ ପାଳିଲା ବାସନ୍ତୀ ଭଲିବଲ ଟ୍ରଷ୍ଟ
- Post published:February 9, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Swagatika Samantray

Tags: Angul