ଅନୁଗୁଳ: କୋଭିଡ ଲକଡ଼ାଉନ ଏବଂ ସଟଡ଼ାଉନ ସମୟରେ କଟକଣା ଥାଇ ମଧ୍ୟ ଅନୁଗୁଳ ଜିଲ୍ଲା ସମେତ ରାଜ୍ୟରେ କ୍ରାଇମ ବଢିଥିବା ଜଣାପଡିଛି। ବିଶେଷ କରି ବଳାତ୍କାର, ଲୁଟ୍,ହତ୍ୟା ଆଦି ଅପରାଧ ପରିଲକ୍ଷିତ ହୋଇଛି। ୨୦୧୯ଠାରୁ ୨୦୨୦ରେ କ୍ରାଇମ ୧୦.୪୫ ପ୍ରତିଶତ ବଢିଥିବା ନେଇ ଚଳିତ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ପ୍ରକାଶ କରିଛନ୍ତି। ୨୦୧୯ରେ ରାଜ୍ୟରେ ୧୨୧୫୨୫ ଟି ଅପରାଧ ସଂଘଟିତ ହୋଇଥିବା ବେଳେ ୨୦୨୦ ରେ ଏହି ସଂଖ୍ୟା ୧୩୪୨୩୦କୁ ବୃଦ୍ଧି ପାଇଥିଲା। ଭୁବନେଶ୍ୱର-କଟକ ପୁଲିସ ପକ୍ଷରୁ ୧୩୨୯୭ ଟି କ୍ରାଇମ ପଞ୍ଜିକୃତ ହୋଇ ଥିବାବେଳେ ଗଞ୍ଜାମରେ ୭୮୫୮, ଅନୁଗୁଳ ଜିଲ୍ଲାରେ ୭୦୨୪ ଟି କ୍ରାଇମ ପଞ୍ଜିକୃତ ହୋଇଛି। ୨୦୨୧ ଆରମ୍ଭରୁ ମଧ୍ୟ ଏ ଜିଲ୍ଲାରେ ବଳାତ୍କାର, ସେକ୍ସ ସ୍କାଣ୍ଡାଲ, ଏଟିଏମ ତଡ।,ସାଇବର କ୍ରାଇମ ଯେଭଳି ବଢ଼ିଲାଣି ଏଥିରେ ସାଧାରଣ ଜନତା ଉଦବେଗ ପ୍ରକାଶ କଲେଣି।ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ପୁଲିସ ବିଭାଗରେ ଯେଭଳି ଷ୍ଟାଫ ଅଭାବ ରହିଛି ସେଥିରେ କ୍ରାଇମ ନିୟନ୍ତ୍ରଣ କରିବା ନିଶ୍ଚିତ କଷ୍ଟକର ହୋଇପଡିବ।
ଜିଲ୍ଲାରେ ବଢୁଛି କ୍ରାଇମ
- Post published:September 8, 2021
- Post category:ସ୍ୱତନ୍ତ୍ର
- Post comments:0 Comments
- Post author:Biswaranjan Pattnaik

Tags: Angul