ଅନୁଗୁଳ: ଏନଟିପିସି ତରଫରୁ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କମରେଇ ପଞ୍ଚାୟତ ଅଧୀନସ୍ଥ ଗଣ୍ଡବେରେଣା ଗ୍ରାମରେ ନୂତନ କୋଠ ଘର ଓ ସାନାତ୍ରିବିଡ଼ା ପଞ୍ଚାୟତ ନିକଟସ୍ଥ ସୁରଙ୍ଗି ଆଶ୍ରମ ପରିସରରେ ୧୦ କିଲୋୱାଟ ଏକ ସୋଲାର ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ଉଦଘାଟିତ ହୋଇଛି। ମୁଖ୍ୟ ଅତିଥି ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଏନଟିପିସି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଶୋକ କୁମାର ସେହେଗଲ, ଏଚଆର ମୁଖ୍ୟ ନାବନିତ କୁମାର, ଏଜିଏମ ଏମଡି ଏମ୍ ପାଣିଗ୍ରାହୀ, ଅତିରିକ୍ତ ଜେନେରାଲ ମ୍ୟାନେଜର ଏଏଚଡି ସୁରେଶ ଚନ୍ଦ୍ର ବେହେରା, କଣିହାଁ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଯୋଗ ଦେଇଥିଲେ।
ଏ ଅବସରରେ ଶ୍ରୀ ସେହଗଲ କହିଥିଲେ, ଏହି କୋଠ ଘରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ, ସଭାକାର୍ଯ୍ୟ, ବିବାହ ଏବଂ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ କମ୍ ଖର୍ଚ୍ଚରେ ହୋଇପାରିବ। ସେହିଭଳି ବିଦ୍ୟୁତ ଶକ୍ତି ଉପରେ ନିର୍ଭରଶୀଳତାକୁ ହ୍ରାସ କରିବାରେ ସୋଲାର ଉତ୍ପାଦନ ସହଯୋଗ କରିବ ବୋଲି ଏନଟିପିସିସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସେହଗଲ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଜନପ୍ରତିନିଧି ପଞ୍ଚାୟତ ସରପଞ୍ଚ, ସମିତି ମେମ୍ବର, ଗ୍ରାମବାସୀ ଅଂଶଗ୍ରହଣ କରିଥିଲେ।