ଡିଏଭି ସ୍କୁଲ୍‌ରେ ‘କ୍ୟୁରୋସିଟି କାର୍ଣ୍ଣିଭାଲ ୨.୦ … ମାଇଣ୍ଡ ଇନ୍ ମୋସନ’ ଆୟୋଜିତ: ୧୨୦ଟି ପ୍ରକଳ୍ପ ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

You are currently viewing ଡିଏଭି ସ୍କୁଲ୍‌ରେ ‘କ୍ୟୁରୋସିଟି କାର୍ଣ୍ଣିଭାଲ ୨.୦ … ମାଇଣ୍ଡ ଇନ୍ ମୋସନ’ ଆୟୋଜିତ: ୧୨୦ଟି ପ୍ରକଳ୍ପ ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଡିଏଭି ପବ୍ଲିକ୍ ସ୍କୁଲ୍‌ରେ ଚଳିତ ଶିକ୍ଷାବର୍ଷର ଦ୍ଵିତୀୟ ବାର୍ଷିକ ପ୍ରଦର୍ଶନୀ ‘କ୍ୟୁରୋସିଟି କାର୍ଣ୍ଣିଭାଲ ୨.୦ … ମାଇଣ୍ଡ ଇନ୍ ମୋସନ’ ଅନୁଷ୍ଠିତ ହୋଇଛି। ଏଥିରେ ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ବିଭିନ୍ନ ବିଭାଗରୁ ୧୨୦ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।

କାର୍ଯ୍ୟକ୍ରମରେ ସହାୟକ ଆଞ୍ଚଳିକ ଅଧିକାରୀ ଡିଏଭି ଜୋନ-ଡି ପି.କେ.ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବା ସହ ଛାତ୍ରଛାତ୍ରୀଙ୍କ ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିଥିଲେ। ମୁଖ୍ୟବକ୍ତା ଜିଲ୍ଲା ବିଜ୍ଞାନ ସଂଯୋଜକ ଆମ୍ବୁଜ କୁମାର ଗଡ଼ନାୟକ ଯୋଗ ଦେଇ ବିଜ୍ଞାନର ଉପକାରିତା ବୁଝାଇଥିଲେ। ବରିଷ୍ଠ ବ୍ୟବସାୟୀ ଅନିଲ କୁମାର ମୋଦି ଏବଂ ତାଙ୍କ ସହଧର୍ମଣୀ ବୁଲବୁଲ ମୋଦି ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

ବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସମୀର କୁମାର କାନୁନଗୋ ସ୍ବାଗତ ଭାଷଣ ଦେଇଥିଲେ। ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବିଚାରକ ରୂପେ ଯୋଗଦେଇ ପ୍ରକଳ୍ପ ମୂଲ୍ୟାଙ୍କନ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

Share

Leave a Reply