ଅନୁଗୁଳ: ଅନୁଗୁଳସ୍ଥିତ ହୋଣ୍ଡା ମଟରସାଇକେଲ ଓ ସ୍କୁଟର ଇଣ୍ଡିଆର ଅଧିକୃତ ବିକ୍ରେତା ଲକ୍ଷ୍ମୀ ହୋଣ୍ଡା ଠାରେ ସାଇନ୍ ୧୦୦ (Shine 100) ର ଗ୍ରାହକ ସମାବେଶ ଅନୁଷ୍ଠିତ ହୋଇଛି। ଏହି ସମାବେଶରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରୁ ସାଇନ୍ ୧୦୦ କିଣିଥିବା ଗ୍ରାହକ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଗ୍ରାହକଙ୍କର ମାଗଣା ୫ ପଏଣ୍ଟ ଚେକ୍ ଅପ୍ ସହ ମାଗଣା Teflon coating ମଧ୍ୟ କରାଯାଇଥିଲା।
ଏଇ ଅବସରରେ ଉପସ୍ଥିତ ଗ୍ରାହକମାନେ Shine 100 ର ଅନୁଭୂତି ବର୍ଣ୍ଣନା କରିବା ସହ ଖୁବ୍ କମ୍ ସମୟରେ ଏହି ବାଇକ୍ ଲୋକମାନଙ୍କ ପ୍ରିୟ ହୋଇଥିବା କଥା କହିଥିଲେ। ସୂଚନାଯୋଗ୍ୟ ଯେ Shine 100ର ମୂଲ୍ୟ ମାତ୍ର ୬୬,୯୦୦ ଟଙ୍କାରୁ ଆରମ୍ଭ, Shine ର ଭରସା ସହିତ 100 CC ର ଉନ୍ନତ ଇଞ୍ଜିନ ଯାହା ବଢିଆ ପିକ୍ ଅପ୍ ସହିତ ଉନ୍ନତ ମାଇଲେଜ୍ ଦେଇଥାଏ। ତା’ ସହିତ ଡିସି ହେଡ ଲାମ୍ପ, କୋମ୍ବି ବ୍ରେକ୍ ସିଷ୍ଟମ, ଲମ୍ବା ସିଟ୍, ସାଇଡ୍ ଷ୍ଟାଣ୍ଡ କଟ୍ ଅଫ୍, ଆକର୍ଷଣୀୟ ଏଲୟ ଚକା ସହ ସୁନ୍ଦର ରଙ୍ଗରେ ଉପଲବ୍ଧ ହେଉଛି।
ଏହି ସମାବେଶରେ ଭାଗ ନେଇଥିବା ସମସ୍ତ ଗ୍ରାହକଙ୍କ ମାଇଲେଜ୍ ପ୍ରତିଯୋଗିତା କରାଯାଇଥିଲା। ଯାହାର ବାଇକ୍ ୯୦ କିମିରୁ ଅଧିକ ମାଇଲେଜ୍ ପ୍ରଦାନ କରିଥିଲା ସେମାନଙ୍କ ନାଁ ଘୋଷଣା କରାଯାଇଥିଲା। ସେଥିମଧ୍ୟରୁ ଅନୁଗୁଳ କୁମଣ୍ଡ ପ୍ରଗତିନଗରର ନିବାସୀ ସତ୍ୟ ସୁନ୍ଦର ଦାସଙ୍କ ବାଇକ୍ ୯୦ କିମି ମାଇଲେଜ୍ ପ୍ରଦାନ କରିଥିବା ବେଳେ ପୁରୁଣାଗଡ଼ ନିବାସୀ ଶ୍ରୀକାନ୍ତ ବେହେରାଙ୍କ ବାଇକ୍ ୯୮ କିମି ମାଇଲେଜ୍ ଦେଇଥିଲା।
Shine 100 ପାଇଁ ସ୍ୱତନ୍ତ୍ର ଏକ୍ସଚେଞ୍ଜ ଏବଂ ଫାଇନାନ୍ସ ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ଲକ୍ଷ୍ମୀ ହୋଣ୍ଡାର ସତ୍ଵାଧିକାରୀ ବିକ୍ରମ ଅଗ୍ରୱାଲ କହିବା ସହ ଗ୍ରାହକ ମାନଙ୍କୁ ଉନ୍ନତ ମାନର ଗାଡି ସହିତ ଉତ୍ତମ ସେବା ପ୍ରଦାନ କରିବା ଆମର ପ୍ରଥମ ଲକ୍ଷ୍ଯ ବୋଲି କହିଥିଲେ।