ଅନୁଗୁଳ: କଟକରେ ନକଲି ଚା’ର ରାକେଟ୍ ଧରାପଡ଼ିବା ପରେ ଏହା ଉପରେ ସ୍ଥାନୀୟ ପୁଲିସ୍ ତଦନ୍ତକୁ ଜୋର୍ଦାର କରିଛି। କଟକରୁ ଏହି ନକଲି ଚା’ ସାରା ରାଜ୍ୟକୁ ଯାଉଥିବା ଜଣାପଡ଼ିଛି। ଅନୁଗୁଳର କେବଳ ପୌରପାଳିକା ଅଞ୍ଚଳରେ ୯୦ରୁ ୧୦୦ ଚା ଦୋକାନ ଅଛି। ଏମାନଙ୍କ ମଧ୍ୟରୁ କିଛି ବ୍ରାଣ୍ତେଡ୍ ଚା’ ବ୍ୟବହାର କରୁଥିବା ବେଳେ ଅନ୍ୟମାନେ ଖୋଲା ଚା’ ବ୍ୟବହାର କରୁଛନ୍ତି। ଏହି ଖୋଲା ଚା’ ନାଁ ନଥିବା ସାଧା ଜରିରେ ପ୍ୟାକି˚ ହୋଇ ଦୋକାନୀଙ୍କ ପାଖକୁ ଆସୁଛି। ତେବେ କିଏ ସେହି ବ୍ୟକ୍ତି ଯିଏ ଛୋଟ ଛୋଟ ଚା’ଦୋକାନୀମାନଙ୍କୁ ଶସ୍ତାରେ ଗୁଣ୍ତ ଚା’ ଯୋଗାଇ ଆସୁଛି ବର୍ଷ ବର୍ଷ ଧରି, ତାକୁ ଚିହ୍ନଟ କରାଯାଉ ବୋଲି ଦାବି ହେଉଛି। ବିଶେଷଜ୍ଞଙ୍କ ମତରେ ଏହି ନକଲି ଚା’ ଦ୍ବାରା ଲିଭର, କିଡ୍ନୀ ନଷ୍ଟ ହେବା ସହ ଅନ୍ତନାଳିରେ ସ˚କ୍ରମଣର ଭୟ ରହୁଛି। ମଣିଷ ଜୀବନ ସହ ଖେଳୁଥିବା ଏହି ଅପମିଶ୍ରଣକାରୀମାନଙ୍କୁ ଧରିବା ସହ ଜିଲ୍ଳା ସ୍ବାସ୍ଥ୍ୟ ବିଭାଗର ଖାଦ୍ୟ ନିରାପତ୍ତା ଉଇଙ୍ଗ୍ ଏ ସବୁର ତଦନ୍ତ କରିବା ଜରୁରି ହୋଇପଡ଼ିଛି।
କଟକର ନକଲି ଚା’ ଅନୁଗୁଳରେ!
- Post published:January 13, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul