ବାଗଡିଆ ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା ଅଭିଯାନ

You are currently viewing ବାଗଡିଆ ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା ଅଭିଯାନ

ଛେଣ୍ଡିପଦା: ବାଗଡିଆ ଥାନା ପକ୍ଷରୁ ବାଗଡିଆ ଉଚ୍ଚ ବିଦ୍ୟାଳୟରେ ସାଇବର ସଚେତନତା ନେଇ ବିଭିନ୍ନ କାର୍ଯ୍ୟକ୍ରମ ଓ ସଭା ଅନୁଷ୍ଠିତ ହୋଇଛି। ଥାନା ଅଧିକାରୀ ବିପ୍ଳବ କୁମାର ସାହୁଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ଓ ଜନସାଧାରଣଙ୍କୁ ନେଇ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ସାଇବର ସଚେତନତା ବିଷୟରେ ଏକ ନାଟକ ପରିବେଷଣ କରିଥିଲେ। ଏଟିଏମ୍ ବ୍ୟବହାରରେ ସତର୍କତା, ଅଜଣା ଲିଙ୍କ୍ ଓ ଆପ୍ ଉପରେ କ୍ଲିକ୍ ନକରିବା, ବ୍ୟାଙ୍କ ସମ୍ବନ୍ଧୀୟ ଅଜଣା କଲ୍ ଗ୍ରହଣ ନକରିବା ଆଦି ବିଷୟରେ ସଚେତନ ରହିଲେ ସାଇବର ଅପରାଧରୁ ସୁରକ୍ଷିତ ରହିହେବ ବୋଲି ଆଇଆଇସି ବିପ୍ଳବ କୁମାର ସାହୁ ପ୍ରକାଶ କରିଛନ୍ତି।

ଏସକେ ଜାହୁନ୍ ମୋହମଦ୍, ରାଜେଶ କୁମାର ସାହୁ, ଉଛ୍ଛବ ପ୍ରଧାନ, ବୁନୁ ପ୍ରଧାନ ଓ ହେମନ୍ତ କୁମାର ପ୍ରଧାନ ସହଯୋଗ କରିଥିଲେ। ସହକାରୀ ଶିକ୍ଷକ ମହେଶ୍ୱର ସାହୁ, ସଞ୍ଜୟ କୁମାର ଦାସ୍ ଓ ପୂଜାରାଣୀ ସାହୁ ନାଟକ ପରିଚାଳନା କରିଥିଲେ।କାର୍ଯ୍ୟକ୍ରମରେ ବାଗଡିଆ ଗ୍ରାମ ସଭାପତି ଦୁଃଶାସନ ବେହେରା, ବାଗଡିଆ ଓ ବସନ୍ତପୁର ସରପଞ୍ଚ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଗୀତାଞ୍ଜଳି ବେହେରା, ରଞ୍ଜନ କୁମାର ସାହୁ, ରୁଚିସ୍ମିତା ବେହେରା, ମାନସ ରଞ୍ଜନ ପ୍ରଧାନ, କୁନା ଚନ୍ଦ୍ର ପ୍ରଧାନ ଓ ଗୋପାଳ ଚନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply