ଅନୁଗୁଳ ଜିଲ୍ଲାପାଳଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ଟଙ୍କା ମାଗୁଛନ୍ତି ସାଇବର ଠକ, ପୋଷ୍ଟ ସେୟାର କରି ସତର୍କ କଲେ ସିଦ୍ଧାର୍ଥ ଶଙ୍କର ସ୍ବାଇଁ

You are currently viewing ଅନୁଗୁଳ ଜିଲ୍ଲାପାଳଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଲୋକଙ୍କୁ ଟଙ୍କା ମାଗୁଛନ୍ତି ସାଇବର ଠକ, ପୋଷ୍ଟ ସେୟାର କରି ସତର୍କ କଲେ ସିଦ୍ଧାର୍ଥ ଶଙ୍କର ସ୍ବାଇଁ

ଅନୁଗୁଳ: ସାଧାରଣ ଜନତାଙ୍କ ପରେ ଏବେ ବଡ଼ ଅଧିକାରୀଙ୍କୁ ଟାର୍ଗେଟ କରୁଛନ୍ତି ସାଇବର ଠକ। ଏଥରକ କୌଣସି ତଳିଆ କର୍ମଚାରୀ ନୁହେଁ ବରଂ ଖୋଦ୍ ଜିଲ୍ଲା ମୁଖ୍ୟଙ୍କୁ ଟାର୍ଗେଟ କରିଛନ୍ତି ଠକ। ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନାଁ ରେ ଆକାଉଣ୍ଟ ଖୋଲି ଏହି ଠକ ବଡ଼ ବଡ଼ ଅଧିକାରୀଙ୍କୁ ଟଙ୍କା ମାଗୁଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଜାଣିବା ପରେ ପୋଲିସରେ ଅଭିଯୋଗ କରିଛନ୍ତି ଜିଲ୍ଲାପାଳ। ଏହି ଠକ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଫଟୋ ବ୍ୟବହାର କରି ସାମାଜିକ ଗଣମାଧ୍ୟମରେ ସରକାରୀ ଅଧିକାରୀ, କର୍ମଚାରୀ ଓ ପୋଲିସ ଅଧିକାରୀଙ୍କୁ ଟଙ୍କା ମାଗୁଛି। ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ ମୁତାବକ, ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଫଟୋ ଥାଇ ୭୦୦୮୭୭୭୬୮୧ ମୋବାଇଲ୍‌ ନମ୍ବରରେ ଏକ ହ୍ବାଟସଆପ୍‌ ଆକାଉଣ୍ଟ ଖୋଲାଯାଇଛି। ଏହି ନମ୍ବର‌ରୁ ବିଭିନ୍ନ ଅଧିକାରୀଙ୍କ ପାଖକୁ ମେସେଜ୍‌ ପଠାଇ ଟଙ୍କା ମଗାଯାଉଛି। ଏଥିସହ ଗିଫ୍ଟ କାର୍ଡ ପାଇଁ କହୁଛି ସାଇବର ଠକ।

ଜିଲ୍ଲାପାଳଙ୍କ ଫଟୋ ଥିବାରୁ ଏହାକୁ ବହୁ ଅଧିକାରୀ ବିଶ୍ବାସ ବି କରିଛନ୍ତି। ତେବେ ଗୋଟିଏ ଦିନରେ ଏତେ ଅଫିସରଙ୍କୁ ଜିଲ୍ଲାପାଳ ଟଙ୍କା ମାଗିବାରୁ ସେମାନଙ୍କ ସନ୍ଦେହ ହୋଇଥିଲା। ଫଳରେ ସେମାନେ ଏ ନେଇ ଜିଲ୍ଲାପାଳଙ୍କୁ ଜଣାଇଥିଲେ। କିନ୍ତୁ ଜିଲ୍ଲାପାଳ ଏଭଳି କୌଣସି ମେସେଜ କରି ନାହାନ୍ତି କହିବା ପରେ ଏହା ସାଇବର ଠକଙ୍କ କାରନାମା ବୋଲି ସ୍ପଷ୍ଟ ହୋଇଛି। ମେସେଜ୍‌ ସଂପର୍କରେ ଜାଣିବା ପରେ ଜିଲ୍ଲାପାଳ ଏ ନେଇ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଲୋକଙ୍କୁ ସତର୍କ କରିଛନ୍ତି ଓ ଠକେଇର ଶିକାର ନ ହେବାକୁ ପରାମର୍ଶ ଦେଇଛନ୍ତି।

Share

Leave a Reply