ସାଇବର ଠକେଇ: ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍

You are currently viewing ସାଇବର ଠକେଇ: ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍

ଅନୁଗୁଳ: ଏପିକେ ଫାଇଲ ପଠାଇ ଜଣେ ବ୍ୟବସାୟୀଙ୍କୁ ଲକ୍ଷାଧିକ ଟଙ୍କାରେ ଠକେଇ କରାଯାଇଛି। ସୂଚନା ଅନୁସାରେ, ଗତକାଲି ତାଙ୍କ ନିକଟକୁ ଏକାଧିକ ଏପିକେ ଫାଇଲ ପଠାଯାଇଥିଲା, ଯେଉଁଥିରୁ କିଛି ଫାଇଲ ଡାଉନଲୋଡ ହୋଇଯାଇଥିଲା। ଏହାପରେ ତାଙ୍କର ଦୁଇଟି ବ୍ୟାଙ୍କ ଖାତାରୁ ପର୍ଯ୍ୟାୟକ୍ରମେ ପ୍ରାୟ ୩ ଲକ୍ଷ ଟଙ୍କା କଟି ଯାଇଥିବା ଜଣାପଡ଼ିଛି। ଏହି ଘଟଣା ସମ୍ପର୍କରେ ବ୍ୟବସାୟୀ ଜଣକ ଅନୁଗୁଳ ଥାନାରେ ଅଭିଯୋଗ ଦାୟର କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ସାଇବର ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ଖୋଳତାଡ଼ କରୁଛି।

Share

Leave a Reply