ଅନୁଗୁଳ: ଲାଭ ଆଶାରେ ସଞ୍ଚିତ ଧନ ହରାଇଲେ ଯୁବକ।ସାଇବର ଠକ ନେଇଗଲା ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା। ଏନେଇ ଠକେଇର ଶିକାର ଯୁବକ ଅନୁଗୁଳ ସାଇବର ଥାନାରେ ଅଭିଯୋଗ କରିଛନ୍ତି।
ସୂଚନା ଅନୁସାରେ, ନାଲ୍କୋ କେନାଲ ରୋଡ୍ରେ ରହୁଥିବା ଜଣେ ଯୁବକଙ୍କ ପାଖରୁ ହ୍ବାଟସ୍ଆପରେ ଏକ ମେସେଜ ଆସିଥିଲା। ଏକ ଟେଲିଗ୍ରାମ୍ ଗ୍ରୁପ୍ରେ ଯୋଡ଼ି ହୋଇ ନିବେଶ ଟିପ୍ସ ନେବାକୁ ଏଥିରେ ପରାମର୍ଶ ଦିଆଯାଇଥିଲା। ପରେ ଯୁବକଜଣଙ୍କ ପର୍ଯ୍ୟାୟକ୍ରମେ ୨ ଲକ୍ଷ ୬୭ ହଜାର ୭୨୬ ଟଙ୍କା ଜମା କରିଥିଲେ। କିନ୍ତୁ ଟଙ୍କା ଫେରସ୍ତ ନ ମିଳିବାରୁ ସେ ସନ୍ଦେହ କରିଥିଲେ। ଠକାମୀର ଶିକାର ହୋଇଥିବା ନେଇ ଅନୁଗୁଳ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଯୁବକ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା କହିଛି।
ଲାଭ ଲୋଭରେ ଚୂନା ଲଗାଇଲା ସାଇବର ଠକ: ଅଢ଼େଇ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହରାଇଲେ ଯୁବକ
