ତାଳଚେର ଉପଖଣ୍ଡରେ ସାଇବର ସୁରକ୍ଷା ଅଭିଯାନ: ଜନସାଧାରଣଙ୍କୁ ନିଆରା ଢ଼ଙ୍ଗରେ ସଚେତନତା

You are currently viewing ତାଳଚେର ଉପଖଣ୍ଡରେ ସାଇବର ସୁରକ୍ଷା ଅଭିଯାନ: ଜନସାଧାରଣଙ୍କୁ ନିଆରା ଢ଼ଙ୍ଗରେ ସଚେତନତା

ତାଳଚେର: ଗୁରୁବାର ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡରେ ପୋଲିସ ପକ୍ଷରୁ ‘ସାଇବର ସୁରକ୍ଷା ଅଭିଯାନ ୨୦୨୫’ କାର୍ଯ୍ୟକ୍ରମ ସ୍ଥାନୀୟ ତାଳଚେର କଲେଜ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି।

ଏହି ସଚେତନତା କାର୍ଯ୍ୟକ୍ରମକୁ ତାଳଚେର ଏସ୍‌ଡିପିଓ ଭରତଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜନ କରାଯାଇଥିଲା। ଏଥିରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ପାଲହଡ଼ା ବିଧାୟକ ଅଶୋକ ମହାନ୍ତି, ନଗରପାଳ ପବିତ୍ର ଭୂତିଆ, ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଉପଜିଲ୍ଲାପାଳ ସମୀର ଜେନା, ଜଗନ୍ନାଥ ନୋଡାଲ୍ ଜିଏମ୍ ଅଶୋକ ଧଳ, ଅତିରିକ୍ତ ଏସ୍‌ପି ଓ ଏସ୍‌ଡିପିଓ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅଭିଯାନକୁ କମେଡି, ପାଲା ଓ ନାଟକ ଆଧାରିତ ଏକ ନିଆରା ଢଙ୍ଗରେ ପରିବେଷଣ କରାଯାଇ ଜନସାଧାରଣଙ୍କୁ ସାଇବର ଅପରାଧ, ଅନ୍‌ଲାଇନ୍ ସୁରକ୍ଷା ଏବଂ ଡିଜିଟାଲ୍ ସାକ୍ଷରତା ବିଷୟରେ ସଚେତନ କରାଯାଇଥିଲା।

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୈନ ପରାମର୍ଶ ଦେଇ କହିଥିଲେ ଯେ, ଯୁବପିଢ଼ି, ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକମାନେ ସାଇବର ଅପରାଧକୁ ନେଇ ଅଧିକ ସତର୍କତା ଅବଲମ୍ବନ କରନ୍ତୁ। ଯେଉଁମାନେ ସାଇବର ଠକାମୀର ଶିକାର ହେଉଛନ୍ତି, ସେମାନେ ତୁରନ୍ତ ୧୯୦୩ ନମ୍ବରକୁ କଲ୍ କରି ଅଭିଯୋଗ କରିପାରିବେ।

ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ, ଯୁବପିଢ଼ିଙ୍କ ସମେତ ବହୁ ସଂଖ୍ୟକ ଜନସାଧାରଣ ଏବଂ ତାଳଚେର ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Share

Leave a Reply