ସାଇବର ଠକେଇରୁ ଅଳ୍ପକେ ବର୍ତ୍ତିଲେ ବିଜେପି ନେତା

You are currently viewing ସାଇବର ଠକେଇରୁ ଅଳ୍ପକେ ବର୍ତ୍ତିଲେ ବିଜେପି ନେତା

ଅନୁଗୁଳ: ଗତ ଗୁରୁବାର ସଂଧ୍ୟାରେ ସାଇବର ଠକେଇରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜଣେ ବିଜେପି ନେତା। ଖବର ଟି ଜଣାପଡ଼ିବା ପରେ ବେଶ ଚର୍ଚ୍ଚାର ବିଷୟ ହୋଇଛି। ନେତାଙ୍କର ଗୋଟିଏ ହୋଟେଲ୍ ରହିଛି। ସନ୍ଧ୍ୟାବେଳେ ଗୋଟେ ଅଜଣା ନମ୍ବରରୁ ଜଣେ ମହିଳାଙ୍କ ଫୋନ୍ ଆସିଲା ମୁଁ ଶିମିଳିପଡ଼ାରୁ କହୁଚି, ମୋ ସ୍ବାମୀ ଆର୍ମୀରେ ଚାକିରୀ କରନ୍ତି, ପୁଅ ଜନ୍ମଦିନ ପାଇଁ କିଛି ଖାଦ୍ୟ ଅର୍ଡର୍ କରିବି। ମୋ ଲୋକ ଯାଉଚି ପଇସା ନେଇ। ହୋଟେଲ୍ ମାଲିକଙ୍କ ଗୋଡ଼ ତଳେ ଲାଗିଲା ନି। ଭଳିକି ଭଳି ଆଇଟମ ଅର୍ଡର୍ କଲେ ମହିଳା। ତନ୍ଦୂର୍ ଠାରୁ ମହାରାଣୀ ତଡକ।, ପନିର ଟୀକାରୁ ଚିଲିଚିକେନ, ତା ସାଙ୍ଗକୁ କେତେ ରକମର ମିଠା ପାଞ୍ଚ କିଲିଆ ଜରିରେ ସବୁ ପ୍ୟାକ ହେଲା । ଏଇ ସମୟରେ ମହିଳାଙ୍କ ଫୋନ୍ ଆସିଲା। ମୋ ଲୋକର ହଠାତ୍ ଦେହ ଖରାପ ହୋଇଗଲା। ମୋ ପାଖରେ ଆଉ କେହି ନାହାନ୍ତି। ତେଣୁ ଆପଣ ଏଟିଏମ୍ କାର୍ଡ ଡିଟେଲସ୍ ଦିଅନ୍ତୁ ମୁଁ ପଇସା ପଠାଇ ଦେଉଚି।ଆଉ ଜଣେ ଲୋକ ପଠାଇବାକୁ କିଛି ସମୟ ଲାଗିବ। ବାସ ଏତିକିରେ ହୋଟେଲ୍ ମାଲିକ କମ୍ ନେତା ଜଣକ ବୁଝି ଗଲେ ସେ ଠକ ହାବୁଡ଼ରେ ପଡ଼ିବାକୁ ଯାଉଛନ୍ତି। ସେ ତୁରନ୍ତ ଫୋନ୍ କାଟିଦେଲେ ଏତେ ଜିନିଷ ପାର୍ଶଲ୍ ହବ କଣ। ଦୋକାନରେ ଯାହା ବିକିବା କଥା ବିକିଲେ ବାକି ତକ ଘରକୁ ବୋହି ପିଲା ଛୁଆ ସହ ଖାଇଲେ।

Share

Leave a Reply