ପ୍ରୟାଗରାଜରୁ ସାଇବର ଠକ ଗିରଫ

You are currently viewing ପ୍ରୟାଗରାଜରୁ ସାଇବର ଠକ ଗିରଫ

ଅନୁଗୁଳ: ଏକ ବଡ଼ ସାଇବର ଠକେଇର ମୁଖ୍ୟ ଆସାମୀ ଅନୁଗୁଳ ପୋଲିସ ପ୍ରୟାଗରାଜରୁ ଗିରଫ କରିଛି। ଏଥିନେଇ ଆଜି ସ୍ଥାନୀୟ ସାଇବର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ପୋଲିସ ଡିଏସପି ଯାଜ୍ଞସେନୀ ବେହେରା,ଇନ୍ସପେକ୍ଟର ସନ୍ତୋଷ କୁମାର ଜେନା ଉପସ୍ଥିତ ରହି ଠକେଇ ଘଟଣାର ପର୍ଦ୍ଦାଫାଶ କରିଥିଲେ।

ମିଳିଥିବା ସୂଚନା ଅନୁସାରେ ଗତ ୧୦.୧୦.୨୫ ଅପରାହ୍ନ ପ୍ରାୟ ୧୨.୩୦ ସମୟରେ ଅନୁଗୁଳ ଜିଲ୍ଲା ନିଶା ଥାନା କଙ୍କରାଇ ଗାଁର ସୁକାନ୍ତ କୁମାର ପ୍ରଧାନଙ୍କ ପାଖକୁ ଆର ଟି ଓ ଚାଲାଣ ନାମରେ ଏକ ଏପିକେ ଫାଇଲ ଆସିଥିଲା। ସୁକାନ୍ତ ଏହାକୁ ଖୋଲି ଇନ୍ଷ୍ଟଲ କରିଦେବା ମାତ୍ରେ ସୁକାନ୍ତଙ୍କ ଏଚଡିଏଫସି ବ୍ୟାଙ୍କର ଆକାଉଣ୍ଟରୁ ମୋଟ ୭ ଲକ୍ଷ ୨୦ ହଜାର ଟଙ୍କା କଟି ଯାଇଥିଲା। ଏହାପରେ ସୁକାନ୍ତ ସାଇବର୍ ଠକେଇର ଶିକାର ହୋଇଥିବା ଜାଣି ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ।ଥାନାଧିକାରୀ ଅଭିଯୋଗ ପାଇବା ପରେ ଛାନ୍ ଭିନ ଆରମ୍ଭ କରିଥିଲେ।

ଘଟଣାର ତଦନ୍ତ କରି ଉତ୍ତରପ୍ରଦେଶ ପ୍ରୟାଗରାଜ ଥାନା ଯଲାଲପୁରର ମହମ୍ମଦ ଆଦିଲକୁ ଗିରଫ କରିଥିଲେ। ତା ଠାରୁ ମୋବାଇଲ ଫୋନ୍,ବିଲ,ଏଟିଏମ୍, ଡିଏଲ୍,ପ୍ୟାନ ଆଧାର କାର୍ଡ ଆଦି ଜବତ କରାଯାଇଛି। ଗିରଫ ଠକକୁ କୋର୍ଟ ଚାଲାଣ କରାଯାଇଛି। ଏହି ଅପରେସନରେ ଇନ୍ସପେକ୍ଟର ସନ୍ତୋଷ ଜେନା,କନଷ୍ଟେବଳ ଅନିଲ ସାହୁ,ରୋହିତ କୁମାର ମାଝୀ ଓ ସୌମ୍ୟ ରଞ୍ଜନ ମାଝୀ ପ୍ରମୁଖ ସାମିଲ ଥିଲେ।

Share

Leave a Reply