ଦମକଳ ଗାଡ଼ିକୁ ରାସ୍ତା ଦେଲାନି ଯାତ୍ରୀବାହୀ ବସ୍, ମୁହାଁମୁହିଁ ସ୍ଥିତି ହେବାରୁ ସମାଧାନ କଲେ ଲୋକେ

You are currently viewing ଦମକଳ ଗାଡ଼ିକୁ ରାସ୍ତା ଦେଲାନି ଯାତ୍ରୀବାହୀ ବସ୍, ମୁହାଁମୁହିଁ ସ୍ଥିତି ହେବାରୁ ସମାଧାନ କଲେ ଲୋକେ

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ବୁଢାପଙ୍କ ଗେଟ୍ ସମ୍ମୁଖରେ ଆଜି ସନ୍ଧ୍ୟାରେ ଯାତ୍ରୀବାହୀ ବସ୍ ଓ ଦମକଳବାହିନୀ ମଧ୍ୟରେ ସାମାନ୍ୟ କଥାକୁ ନେଇ ବଚସା ହୋଇଛି।

ସୂଚନା ଅନୁସାରେ, ଅନୁଗୁଳରୁ କଲିକତା ଯାଉଥିବା ଯାତ୍ରୀବାହୀ ବସ ଡଲଫିନ ଓଭରଟେକ କରି ଯାଉଥିବା ବେଳେ ବୁଢାପଙ୍କ ଗେଟ ନିକଟରେ ଦମକଳ ବାହିନୀ ଗାଡ଼ି ବୁଲାଉଥିଲା। ଏଣୁ ଦୁଇ ଗାଡ଼ି ସାମ୍ନ ସାମ୍ନି ହେଇଥିଲେ। କେହି କାହାକୁ ରାସ୍ତା ନ ଦେବାରୁ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ସ୍ଥାନୀୟବାସୀ ବୁଝା ସୁଝା କରିବା ପରେ ଗାଡ଼ି ଦୁଇଟି ନିଜ ନିଜ ରାସ୍ତାରେ ଯାଇଥିଲେ। ଯାତ୍ରୀ ବାହୀ ବସର ଦବଙ୍ଗଗିରି ଆଗରେ ଜୀବନ ରକ୍ଷକ ଗାଡ଼ିକୁ ବି ହାର ମାନିବାକୁ ପଡୁଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

Share

Leave a Reply