ତାଳଚେର ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ ଓ ଘଣ୍ଟପଡ଼ା ଲେବୁଲ୍ କ୍ରସିଂ ଓଭରବ୍ରିଜ୍ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

You are currently viewing ତାଳଚେର ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ ଓ ଘଣ୍ଟପଡ଼ା ଲେବୁଲ୍ କ୍ରସିଂ ଓଭରବ୍ରିଜ୍ ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ତାଳଚେର: ତାଳଚେର ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ ଓ ଘଣ୍ଟପଡ଼ା ଲେବୁଲ୍ କ୍ରସିଙ୍ଗ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଥିବାରୁ ପଞ୍ଚାୟତ ପକ୍ଷରୁ ଏକ ଦାବି ପତ୍ର ଜିଲ୍ଲାପାଳ ତଥା ମେଡିକାଲ୍ କଲେଜ୍ କମିଟି ଅଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ପ୍ରଦାନ କରାଯାଇଛି। ଘଣ୍ଟପଡ଼ା ସରପଞ୍ଚ ସସ୍ମିତା ବିଶ୍ୱାଳ, ସମିତିସଭ୍ୟ କରୁଣାକର ସାହୁଙ୍କ ତତ୍ତ୍ୱାବଧାନରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଛି।
ଏହି ଦାବି ପତ୍ରରେ ଜାନୁଆରୀ ମାସ ଶେଷ ସୁଦ୍ଧା ତାଳଚେର ମେଡିକାଲ୍ କଲେଜ୍ କାର୍ଯ୍ୟକ୍ଷମ କରିବାକୁ କୁହାଯାଇଥିବା ଫେବ୍ରୁଆରୀ ହୋଇଥିଲେ ବି ସରକାରଙ୍କ ତରଫରୁ କୌଣସି ତତ୍ପରତା ପ୍ରକାଶ ପାଇ ନାହିଁ ବୋଲି ଉଲ୍ଲେଖ କରାଯାଇଛି। ଏନେଇ ପଦକ୍ଷେପ ନେବାକୁ କମିଟି ଦାବି କରିଛି।

Share

Leave a Reply