ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ରେଳ ଷ୍ଟେସନ୍ ଦେଇ କୋଭିଚ୍-୧୯ ପୂର୍ବରୁ ଚାଲୁଥିବା ପାସେଞ୍ଜର ଓ ଏକ୍ସପ୍ରେସ୍ ଟ୍ରେନ୍ ଗୁଡିକ ପୁନଃ ପ୍ରଚଳନ କରିବା ଦାବୀ ନେଇ ଗୁରୁବାର ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ରେଲ ଘରୋଇକରଣ ବିରୋଧ ଜନ ଅଭିଯାନ ପକ୍ଷରୁ ତାଳଚେର ଏ.ଆର.ଏମ୍.ଙ୍କୁ ପ୍ରଦାନ କରାଯାଇଛି । ଦାବୀପତ୍ରରେ ଉଲ୍ଲେଖ କରାଯାଇଛି ଯେ, କୋଭିଚ୍-୧୯ ପୂର୍ବରୁ ଚାଲୁ ଥିବା ଟ୍ରେନ୍ ଗୁଡିକର ଭଡା ବର୍ତମାନ ତିନି ଗୁଣ ବୃଦ୍ଧି ହୋଇଥିବାରୁ ଏବଂ କେତେକ ଟ୍ରେନ୍ ଚଳାଚଳ କରୁ ନଥିବାରୁ ଯାତ୍ରୀମାନେ ଯାତାୟତରେ ଅସୁବିଧା ହେଉଛନ୍ତି। ପୂର୍ବପରି ତାଳଚେର ଷ୍ଟେସନ୍ ଦେଇ ସମସ୍ତ ପାସେଞ୍ଜର ଓ ମେମୁ ଏବଂ ଏକ୍ସପ୍ରେସ୍ ଟ୍ରେନ୍ ଗୁଡିକ ଚଳାଚଳ କରାଯାଉ ଏବଂ ପୂର୍ବ ଭଡା ପ୍ରଚଳନ କରାଯାଉ ଯାହା ଫଳରେ ସର୍ବସାଧରଣ, ଗରୀବ ଓ ନିମ୍ନମଧ୍ୟବିତ ଯାତ୍ରୀମାନେ ଯାତାୟତ କରିପାରିବେ। ଏହା ସହିତ ପ୍ରତ୍ୟେକ ଟ୍ରେନ୍ ରେ ଅଣସଂରକ୍ଷଣ ବଗି ବୃଦ୍ଧି କରାଯିବା ପାଇଁ ଅନୁଷ୍ଠାନ ପକ୍ଷରୁ ଦାବୀ କରାଯାଇଛି । ଆଜିର ଏହି ଦାବୀପତ୍ର ପ୍ରଦାନ ବେଳେ ବରିଷ୍ଠ ନାଗରିକ ପଦ୍ମଚରଣ ସାମଲଙ୍କ ଆବାହକତ୍ବରେ ଜୟସେନ୍ ମେହେର, ଦୁଃଖୀଶ୍ୟାମ ମଲ୍ଲିକ୍, ପ୍ରହ୍ଲାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
1
f600b249-5c54-442c-a949-d6bc81000fab