ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ବଲାସିଂହା ଗାଁରେ ଜମିବାଡ଼ି ବିବାଦକୁ ନେଇ ନିଜ ଦଦାକୁ ଟାଙ୍ଗିଆରେ ହାଣି ପୁତୁରା ଗିରଫ ହୋଇଛି। ସୂଚନା ଅନୁସାରେ, ଗାଁର ମୋହନ ରାଉଳ ଓ ତାଙ୍କ ବଡ଼ଭାଇ ଗନ୍ଧର୍ବ ରାଉଳଙ୍କ ମଧ୍ୟରେ ପୈତୃକ ଜମିବାଡ଼ିକୁ ନେଇ ଆଗରୁ ବିବାଦ ଲାଗିରହିଥିଲ। ଏ ନେଇ ଶୁକ୍ରବାର ରାତିରେ ୨ ଭାଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଗନ୍ଧର୍ବଙ୍କ ପୁଅ ଦୟାନିଧି ରାଉଳ ଏକ ଟାଙ୍ଗିଆରେ ମୋହନ ରାଉଳଙ୍କୁ ଆକ୍ରମଣ କରିଥିଲେ। ଫଳରେ ମୋହନଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଗୁରୁତର ଆହତ ଅବସ୍ଥାରେ ମୋହନଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏ ନେଇ ମୋହନଙ୍କ ପୁଅ ଶତୃଘନ ରାଉଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ଦୟାନିଧିଙ୍କୁ ଶନିବାର ଗିରଫକରି କୋର୍ଟ ଚାଲାଣ କରିଛି।
ଦଦାଙ୍କୁ ହାଣି ପୁତୁରା ଗିରଫ
- Post published:July 23, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul