ବୁଲା ବିକାଳୀ ଦହିବରା ବାଲା: ଇଜ୍ଜତ ନେଇ ହେଲା ଘାଇଲା

0

ଅନୁଗୁଳ: କୁକୁରଙ୍କ ଶ୍ରାବଣ ମାସ ଭଳି ଏବେ କେଉଁଠି ଛାତ୍ରଛାତ୍ରୀ ତ କେଉଁଠି ଅଧ୍ୟାପକ ଛାତ୍ରୀ ପ୍ରେମାଳପ କଲେଣି ତ ଆଉ କୋଉଠି ଝିଅ ଅପହରଣ ନେଇ ବିଚ୍ ବଜାରେ ଗୁଳି ଫୁଟିଲାଣି। କେହି ଆଉ ସମ୍ଭାଳିବା ଅବସ୍ଥାରେ ନାହାନ୍ତି। ଜଳବାୟୁ ପୁରା ପୁରୀ ଖରାପ। ଆମେ ତିନି ଦିନ ତଳର କଥା କହୁଚୁ। ଅନୁଗୁଳକୁ ଲାଗିଥିବା ଏକ ଗାଁରେ ଭଡ଼ାରେ ରହୁଥାଏ ବୁଲା ବିକାଳୀ ଦହିବରା ବାଲା ଟିଏ। ସାଇକଲ ଧରି ବୁଲି ବୁଲି ଦହିବରା ବିକେ। ସେଦିନ ଖରାବେଳେ ଦହିବରା ଭାର ଧରି ବାହାରିଲା।

ଗାଁ ମଝିରେ ଏକ ନିଛାଟିଆ ରାସ୍ତାରେ ଏକ ଦଶ ବର୍ଷର ଝିଅ ଟିଏ ଦେଖି ବିକାଳୀର ପାଟିରୁ ଲାଳ ଗଡିଲା। ତାକୁ ଡାକି ମାଗଣାରେ ଦହିବରା ଦେଇ ତାପରେ ତୋ ମାଉସି ପାଖକୁ ନେଇଯିବି ବୋଲି ଫୁସୁଲାଇ ନିଜ ଘରକୁ ଡ଼ାକି ବଳାତ୍କାର ଉଦ୍ୟମ କଲା। ଝିଅଟି ପାଟି କରିବାରୁ ବିକାଳୀ ତାକୁ ହତ୍ୟା ଧମକ ଦେଲା। କିନ୍ତୁ ଝିଅଟି ସାହସର ସହ ଘରେ ସବୁ କଥା କହିଲା।ଏହାପରେ ପରିବାର ବର୍ଗ ଓ ସାହି ଲୋକ ମିଶି ଦହିବରା ବାଲାକୁ ନିସ୍ତୁକ୍ ପିଟି ମୁଣ୍ତ ପିଠି ଫଟାଇ ଦେଇଥିଲେ। ବିଚରା ମାଡ ଖାଇ ଦହିବରା ବିକାଳୀଟି ଗାଁ ଛାଡ଼ି ଚାଲି ଯାଇଥିବା ଜଣା ପଡ଼ିଛି। ଇଜ୍ଜତ ଦୃଷ୍ଟି କୋଣରୁ ପରିବାର ଲୋକେ ଥାନାରେ ଅଭିଯୋଗ କରି ନାହାନ୍ତି ।

Leave A Reply

Your email address will not be published.

error: Content is protected !!