ସରକାରୀ ଅଫିସରେ ପହଞ୍ଚିବା ପୂର୍ବରୁ ସହର ସାରା ଭାଇରାଲ ହେଉଛି ନିର୍ବାହୀ ଅଧିକାରୀଙ୍କ ବଦଳି ରିଲିଭ୍ ଅର୍ଡର ଚିଠି

You are currently viewing ସରକାରୀ ଅଫିସରେ ପହଞ୍ଚିବା ପୂର୍ବରୁ ସହର ସାରା ଭାଇରାଲ ହେଉଛି ନିର୍ବାହୀ ଅଧିକାରୀଙ୍କ ବଦଳି ରିଲିଭ୍ ଅର୍ଡର ଚିଠି

ଅନୁଗୁଳ: ଅନୁଗୁଳ ନିର୍ବାହୀ ଅଧିକାରୀଙ୍କୁ ବଦଳି ନିର୍ଦ୍ଦେଶ ହୋଇଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଗୁପ୍ତ ଅଫିସିଆଲ ଅର୍ଡର ଅଫିସରେ ପହଞ୍ଚିବା ପୂର୍ବରୁ ହିଁ ଭାଇରାଲ ହେଉଛି। ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଏହି ସରକାରୀ ଅର୍ଡର। ଆଜି ସନ୍ଧ୍ୟାଠାରୁ ଅନୁଗୁଳ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ବଦଳି ରିଲିଭ ଅର୍ଡର ଭାଇରାଲ ହେବାରେ ଲାଗିଛି। ଜିଲ୍ଲାପାଳଙ୍କ ଚିଠି ସଂଖ୍ୟା ୩୬୯୪ ତା ୨୮. ୮.୨୦୨୩ ରେ ଶ୍ରୀ ମଲ୍ଲିକଙ୍କୁ ରାଜ୍ୟ ଅର୍ବାନ ବିଭାଗରେ ଯୋଗ ଦେବାକୁ ନିର୍ଦ୍ଦେଶ ହୋଇଛି। ଏଥିସହ ସମସ୍ତ ସରକାରୀ ଚାର୍ଜ ଅନୁଗୁଳ ଉପ ଜିଲ୍ଲାପାଳଙ୍କୁ ଦେବା ପାଇଁ କୁହାଯାଇଛି।

ସୂଚନାଯୋଗ୍ୟ ଯେ ଗତ ୨୧.୭.୨୦୨୩ ରେ ରାଜ୍ୟ ସରକାର ତାଙ୍କୁ ବଦଳି କରିଥିଲେ। ତେବେ ଆଶ୍ଚର୍ଯ୍ୟର ବିଷୟ ଚିଠି ନେଇ ପୌର କାର୍ଯ୍ୟାଳୟରେ ଖବର ପହଞ୍ଚିବା ପୂର୍ବରୁ ସୋସିଆଲ ମିଡିଆରେ ଭାଇରାଲ ହେବା ଚର୍ଚ୍ଚାର ବିଷୟ ପାଲଟିଛି।

Share

Leave a Reply