ବିପଦଶଙ୍କୁଳ ମଲ୍: ଅନୁଗୁଳ ଶୀତଳ ପ୍ଲାଜା

You are currently viewing ବିପଦଶଙ୍କୁଳ ମଲ୍: ଅନୁଗୁଳ ଶୀତଳ ପ୍ଲାଜା

ଅନୁଗୁଳ: ପ୍ରାୟ ଚବିଶ ବର୍ଷ ତଳେ ନିର୍ମିତ ହୋଇଥିବା ଅନୁଗୁଳର ଅନ୍ୟତମ ବ୍ୟସ୍ତବହୁଳ ମଲ୍ ଶୀତଳ ପ୍ଲାଜା ଏବେ ବିପଦ ସଙ୍କୁଳ ଅବସ୍ଥାରେ ରହିଛି। ଗତ ମାର୍ଚ୍ଚ ୪ ତାରିଖରେ ଏହି ପ୍ଲାଜାର ଉପର ମହଲା ଫିନ୍‌ରୁ ପ୍ରାୟ ତିନି କିଲୋ ଓଜନର ଏକ କଂକ୍ରିଟ ଖଣ୍ଡ ତଳକୁ ଖସିଥିଲ। ତେବେ ଏହା କୌଣସି ଗ୍ରାହକଙ୍କ ଉପରେ ପଡ଼ି ନଥିଲା। ଏହି ମଲ୍‌ରେ ପ୍ରାୟ ଅଶି ଟି ଦୋକାନ ଘର ରହିଛି। ଦୈନିକ ପ୍ରାୟ ପନ୍ଦର ଶହ ରୁ ଦୁଇ ହଜାର ଲୋକଙ୍କ ଏଠାରେ ସମାଗମ ହୋଇଥାଏ। ତେବେ ଏହି ମଲ୍‌କୁ ନିର୍ମାଣ କରିଥିବା ସୁନିଲ କୁମାର ଅଗ୍ରୱାଲା ନାମକ ବ୍ୟବସାୟୀ ଦୋକାନ ଘର ଗୁଡ଼ିକୁ ବିକି ଦେଇଥିଲେ।ଯେଉଁମାନେ ଘର କିଣିଲେ ସେମାନଙ୍କ ମଧ୍ୟରୁ ନବେ ପ୍ରତିଶତ ଦୋକାନୀ ଘରସବୁ ଭଡ଼ାରେ ଲଗାଇଛନ୍ତି। ତେଣୁ ମଲ୍ ବିପଦଶଙ୍କୁଳ ଅବସ୍ଥାରେ ଥିଲେ ମଧ୍ୟ ଘର ମାଲିକ ମରାମତି ପାଇଁ ଆଗ୍ରହ କରୁନାହାନ୍ତି। ମଲ୍‌ଟି ନିର୍ମାଣ ବେଳେ ତାମଡା ଠାରୁ ଅନୁମତି ଆଣିଥିଲେ ମଧ୍ୟ ନକ୍ସା ଅନୁସାରେ କାମ ହୋଇନଥିଲା।ନିର୍ମାଣ ବେଳେ ଉପଯୁକ୍ତ ପାର୍କିଂ ବ୍ୟବସ୍ଥା, ପରିଶ୍ରାଗାର ଆଦି ନଥିବା ଅଭିଯୋଗ ହୋଇଥିଲା। ଏବେ ପ୍ରଶ୍ନ ଉଠୁଚି ବିପଦ ସଙ୍କୁଳ ଅବସ୍ଥାରେ ଥିବା ଏହି କୋଠାକୁ କିଏ ଓ କିଭଳି ବିପଦ ପୂର୍ଣ୍ଣ ଘୋଷଣା କରିବ?ଯଦି ଭବିଷ୍ୟତରେ କୌଣସି ଦୁର୍ଘଟଣା ଘଟେ ତେବେ କିଏ ହେବ ଉତ୍ତରଦାୟୀ? ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Share

This Post Has One Comment

  1. Sarbeswar Jena

    Really pure true news

Leave a Reply