ଅନୁଗୁଳ: କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ପରିଚାଳନା ତୃଟି ଯୋଗୁଁ ପେଟ୍ରୋଲ, ଡିଜେଲ, ରନ୍ଧା ଗ୍ୟାସ, ଖାଇବା ତେଲ ସହିତ ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ଅହେତୁକ ବୃଦ୍ଧି ଘଟିଛି। ଏହାର ପ୍ରତିବାଦରେ ସୋମବାର ଅନୁଗୁଳ ନିର୍ବାଚନ ମଣ୍ଡଳୀର ବିଜୁ ମହିଳା ଜନତା ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ପ୍ରତିବାଦ କରାଯାଇଛି। ଏହି ମହଙ୍ଗା ମାଡ଼ ଯୋଗୁଁ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଚାକିରିଆ ଯାଏଁ ସଭିଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡ଼ିଛି। ଦରଦାମକୁ ନିୟନ୍ତ୍ରଣ ଓ ଅର୍ଥନୈତିକ ପରିଚାଳନା କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଦଳ ତରଫରୁ ଦାବି କରାଯାଇଛି। ଏହି ପରିପ୍ରେକ୍ଷୀରେ ଅନୁଗୁଳ ବିଜୁ ଜନତା ଦଳର ସଭାପତି ମହେନ୍ଦ୍ର ବସ୍ତିଆ, ଅରୁଣାଭ ସିଂହ, ସୁଜିତ ଦ୍ବିବେଦୀ, ରିତା ସିଂହ, କଲ୍ୟାଣି ବିଳାସ, ଅଞ୍ଜଳି ଭୋଇ, ରୁବି ସାହୁ, ମାଳିନୀ ସର, ମଞ୍ଜୁଲତା ସାହୁ, ଜ୍ୟୋତିର୍ମୟୀ ଦେହୁରୀ, ଉଲ୍ଲାସ ସାହୁ, ପ୍ରିୟଦର୍ଶୀ ପଟ୍ଟନାୟକ ଓ ଅନ୍ୟ ମହିଳା ନେତୃ ମଣ୍ଡଳୀଙ୍କ ଉପସ୍ଥିତିରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମାନ୍ୟବର ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି ମହିଳା ଶାଖା
- Post published:November 1, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik
