ମା’ଙ୍କ ଆଗମନ ପାଇଁ ନୂଆ ବୋହୂ ପରି ସଜେଇ ହୋଇଛି ଅନୁଗୁଳ, ସୁଉଚ୍ଚ ତୋରଣ ସହ ଆଲୋକ ମାଳାରେ ଝଟକୁଛି ପୂରା ସହର

You are currently viewing ମା’ଙ୍କ ଆଗମନ ପାଇଁ ନୂଆ ବୋହୂ ପରି ସଜେଇ ହୋଇଛି ଅନୁଗୁଳ, ସୁଉଚ୍ଚ ତୋରଣ ସହ ଆଲୋକ ମାଳାରେ ଝଟକୁଛି ପୂରା ସହର

ଅନୁଗୁଳ: ଶରତ ସହ ଆସିଛି ମା’ ଦୁର୍ଗାଙ୍କ ପୂଜା। ଦୁଷ୍ଟ ସଂହାରକାରିଣୀ ମା’ ଦୁର୍ଗା ପୃଥିବୀକୁ ଅଧର୍ମର ବିନାଶ ପାଇଁ ଧରାବତରଣ କରିଥିଲେ। ତେବେ ମା’ ଦଶଭୁଜାଙ୍କ ଆଗମନ ପାଇଁ। ସଜେଇ ହୋଇଛି ଅନୁଗୁଳ ସହର।

ସୁଉଚ୍ଚ ତୋରଣ ସାଙ୍ଗକୁ ଝିଲମିଲ ଆଲୋକ ସହର ସାରା ଆଚ୍ଛାଦିତ ହୋଇଛି। ଆଲୋକମାଳାରେ ନୂଆ ବୋହୂ ପରି ଖୁବ ସୁନ୍ଦର ଦିଶୁଛି ସହର। ଦୁଇ ବର୍ଷ କରୋନା କଟକଣା ପରେ ଏଥର ଜଗତଜନନୀ ମା’ ଦୁର୍ଗା ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି।

ଚଳିତବର୍ଷ ଅନୁଗୁଳ ସହରରେ ୧୧ଟି ମଣ୍ଡପରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି। ସହରର ସର୍ବପୁରାତନ ପୂଜା ମଣ୍ଡପ ଅମଲାପଡ଼ା ଏ ବର୍ଷ ୯୬ ବର୍ଷରେ ପଦାର୍ପଣ କରିଥିବା ବେଳେ ହେମସୁରପଡ଼ା ପୂଜା କମିଟି ୫୮ତମ ଶାରଦୀୟ ଦୁର୍ଗାପୂଜା କରୁଛନ୍ତି। ସେହିପରି ହୁଲୁରୁସିଙ୍ଘା, ସିମିଳିପଡ଼ା, ଗୀତାଗ୍ରାମ, ବସଷ୍ଟାଣ୍ଡ, ଦଶହରା ପଡ଼ିଆ, ରାଣୀଗୋଡ଼ ଷ୍ଟେସନ ବଜାର, ସୁସୁଡା, ଗାନ୍ଧୀ ମାର୍ଗ ଆଦି ପୂଜା ମଣ୍ଡପ ପେଣ୍ଡାଲକୁ ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି।

Share

Leave a Reply