ଆରଡି କଲୋନୀ ଡ୍ରେନରୁ ଅଜଣା ବ୍ୟକ୍ତିଙ୍କର ମୃତ ଦେହ ଉଦ୍ଧାର

You are currently viewing ଆରଡି କଲୋନୀ ଡ୍ରେନରୁ ଅଜଣା ବ୍ୟକ୍ତିଙ୍କର ମୃତ ଦେହ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଥାନା ଅନ୍ତର୍ଗତ ଆରଡି କଲୋନୀ ଡ୍ରେନ୍ରୁ ଅଜଣା ବ୍ୟକ୍ତିଙ୍କର ମୃତ ଦେହ ଉଦ୍ଧାର ହୋଇଛି। ସୂଚନା ମୁତାବକ, ଆଜି ସକାଳେ ଆରଡି କଲୋନୀର ଏକ ଡ୍ରେନରେ ଜଣେ ବ୍ୟକ୍ତି ମୁହଁ ମାଡି ପଡିଥିବା କଲୋନୀ ବାସୀ ଦେଖିଥିଲେ। ସେତେ ବେଳକୁ ଅଜଣା ବ୍ୟକ୍ତିଙ୍କର ମୃତ୍ୟୁ ହୋଇସାରିଥିଲା। ଏହା ଦେଖି ଲୋକେ ଅନୁଗୁଳ ଥାନାକୁ ଖବର ଦେଇଥିଲେ।

ଘଟଣା ସ୍ଥଳରେ ଅନୁଗୁଳ ଥାନା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ କରୁଛି। ତେବେ ଖବର ଲେଖା ହେବ ଯାଏଁ ଅଜଣା ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ।

Share

Leave a Reply