ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ଛାତ୍ରୀ ନିବାସରୁ ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

You are currently viewing ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ଛାତ୍ରୀ ନିବାସରୁ ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ପାଳଲହଡ଼ା: ସ୍ଥାନୀୟ ଖମାର ସ୍ଥିତ ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ଛାତ୍ରୀ ନିବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ହେଲେ ତାଳଚେର ରାଧାରମଣପୁର ଅଞ୍ଚଳର ବିଦୁସ୍ମିତା ଖିଲାର। ସେ ଯୁକ୍ତ ଦୁଇ ବିଜ୍ଞାନର ଦ୍ଵିତୀୟ ବର୍ଷର ଛାତ୍ରୀ।

ସୂଚନା ଅନୁସାରେ, ଗତ ଦୁଇ ଦିନ ତଳେ ବିଦୁସ୍ମିତାଙ୍କ ବାପା-ମା’ ତାଙ୍କୁ ଦେଖା କରିବାକୁ ଆସିଥିବା ବେଳେ କୌଣସି ପାରିବାରିକ କଥାକୁ ନେଇ ଯୁକ୍ତି ତର୍କ ହୋଇଥିଲା ବୋଲି ସୂଚନା ମିଳିଛି।
ଖମାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

Share

Leave a Reply