ରେଳ ଧାରଣାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

You are currently viewing ରେଳ ଧାରଣାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ବଇଶିଣା ନିକଟସ୍ଥ ରେଳ ଧାରଣାରୁ ମଙ୍ଗଳବାର ରେଢ଼ାଖୋଲ ରେଳବାଇ ପୋଲିସ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି। ମୃତକ ହେଲେ ପ୍ରତାପପୁର ଗ୍ରାମର ସିପୁନ ନାଗ (୨୩ )। ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ।

ତାଙ୍କ ଶବ ରେଳ ଧାରଣାରେ ପଡ଼ିଥିବା ଦେଖି ଅଞ୍ଚଳବାସୀ ବଇଣ୍ଡା ରେଳବାଇ ପୋଲିସକୁ ସୂଚନା ଦେଇଥିଲେ। ପରେ ରେଢ଼ାଖୋଲ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିପୁନଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହଣ୍ଡପା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି।

Share

Leave a Reply