ରେଳଧାରଣା କଡ଼ରୁ ଛାତ୍ରଙ୍କ ମୃତଦେହ ଜବତ, ଆତ୍ମହତ୍ୟା ସନ୍ଦେହ

You are currently viewing ରେଳଧାରଣା କଡ଼ରୁ ଛାତ୍ରଙ୍କ ମୃତଦେହ ଜବତ, ଆତ୍ମହତ୍ୟା ସନ୍ଦେହ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ରେଳ ଷ୍ଟେସନ ନିକଟ ରେଳ ଧାରଣାରୁ ଜଣେ ଛାତ୍ରଙ୍କ ମୃତଦେହ ମିଳିଛି। ମୃତକ ଛାତ୍ର ହେଲେ ଜରପଡାର କୁମୁଦ ସାହୁଙ୍କ ପୁଅ ଲିକୁନ (୧୩)। ଲିକୁନ୍ ଅଷ୍ଟମ ଶ୍ରେଣୀର ଛାତ୍ର।

ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ଲିକୁନ ଘରୁ ସାଇକେଲ ନେଇ ବାହାରକୁ ଯାଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଲିକୁନ ସାଇକେଲରେ ଷ୍ଟେସନ ନିକଟରେ ବୁଲାବୁଲି କରୁଥିଲେ। ରାତି ୮ ବେଳେ ପୁରୀ – ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ ଷ୍ଟେସନ ଛାଡ଼ି ସାରିବା ପରେ ଷ୍ଟେସନ ନିକଟସ୍ଥ ରେଳ ଧାରଣାରେ ଲିକୁନଙ୍କ ଅଣ୍ଟା ଠାରୁ ତଳକୁ ପଡ଼ିଥିବା ବେଳେ ଉପର ଭାଗ ଧାରଣା ବାହାରେ ପଡ଼ିଥିବା ଲୋକେ ଦେଖିଥିଲେ। ଏ ନେଇ ଷ୍ଟେସନ ମାଷ୍ଟରଙ୍କୁ ଖବର ଦେବା ପରେ ସେ ଜିଆରପିକୁ ଖବର ଦେଇଥିଲେ। ଜିଆରପି ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ପରିବାରକୁ ଖବର ଦେଇ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହା ଦୁର୍ଘଟଣା କି ଆତ୍ମହତ୍ୟା ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି।

 

Share

Leave a Reply