ବିଲରେ ପାଣିମଡ଼ାଇବାକୁ ନେଇ ମରଣାନ୍ତକ ଆକ୍ରମଣ, ୨ ଭାଇ ଗିରଫ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଗେଡ଼ିଆ ଗାଁରେ ବିଲରେ ପାଣି ମଡ଼ାଇବାକୁ ନେଇ ମରଣାନ୍ତକ ଆକ୍ରମଣ ହୋଇଛି।

ସୂଚନା ଯେ, ଗୁରୁବାର ଅପରାହ୍ନରେ ଗାଁର ତ୍ରିଲୋଚନ ସାହୁଙ୍କ ବିଲ ମଝିରେ ପଶି ପଡ଼ୋଶୀ ରବିନ୍ଦ୍ର ବିଶ୍ବାଳ ଓ ସୁମନ୍ତ ବିଶ୍ବାଳ ତାଙ୍କ ବିଲକୁ ପାଣି ମଡ଼ାଉଥିଲେ। ଏହା ଦେଖି ତ୍ରିଲୋଚନ କହିଥିଲେ ଯେ, ସେ ତାଙ୍କ ବିଲରେ ସାର ପକାଇଛନ୍ତି। ବିଲରୁ ପାଣି ପଳାଇଲେ ତାଙ୍କ ଫସଲ ନଷ୍ଟ ହେବ। ଏଥିରେ ଉତ୍କ୍ଷିପ୍ତ ହୋଇ ରବିନ୍ଦ୍ର ଓ ସୁମନ୍ତ ତ୍ରିଲୋଚନଙ୍କୁ ଗାଳି ଗୁଲଜ କରିବାସହ ତଳେ ପକାଇ ଏକ ଇଟାରେ ତାଙ୍କ ମୁଣ୍ଡକୁ ଛେଚିଥିଲେ। ଫଳରେ ତ୍ରିଲୋଚନ ଗୁରୁତର ଆହତ ହୋଇ ଚେତା ହରାଇଥିଲେ। ଏ ନେଇ ତ୍ରିଲୋଚନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ରବିନ୍ଦ୍ର ଓ ସୁମନ୍ତଙ୍କୁ ଗିରଫକରି ଶୁକ୍ରବାର କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.

error: Content is protected !!