ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ମାଣିକଯୋଡ଼ି ଗାଁରେ ପୂର୍ବ ଶତ୍ରୁତାର ମରଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରିଛି।
ସୂଚନା ଯେ, ଗାଁର ଅଞ୍ଜନ ନାଏକ ଓ ବିଜୟ ନାଏକଙ୍କ ମଧ୍ୟରେ ବିଭିନ୍ନ କାରଣ ନେଇ ବିବାଦ ଲାଗିରହିଥିଲା। ତେଣଉ ୨ ତାରିଖ ମଧ୍ୟହ୍ନରେ ଅଞ୍ଜନ ଜଙ୍ଗଲକୁ ଯାଇଥିବା ସମୟରେ ବିଜୟ ଏକ ଟାଙ୍ଗିଆରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ତେବେ ଅଞ୍ଜନଙ୍କ ସହିତ ଯାଇଥିବା ତାଙ୍କ ବାପା ଓ ମା’ ସେଠାରେ ପହଞ୍ଚି ଯିବାରୁ ବିଜୟ ସେଠାରୁ ପଳାଇ ଯାଇଥିଲେ। ଗୁରୁତର ଅବସ୍ଥାରେ ଅଞ୍ଜନଙ୍କୁ ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଥିଲା। ଏ ନେଇ ଥାନାରେ ଅଭିଯୋଗ ହେବାପରେ ପୁଲିସ ଏକ ମାମଲା ରୁଜୁକରି ସୋମବାର ବିଜୟଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।