ଅନୁଗୁଳ: ଅନୁଗୁଳ ଖବରକାଗଜ ବିତରକ ସଂଘର ବରିଷ୍ଠ ସଦସ୍ୟ ରମେଶ ଚନ୍ଦ୍ର ବିଶ୍ବାଳଙ୍କ ଗତ ବୁଧବାର ରାତିରେ ପରଲୋକ ଘଟିଛି। ବଲାସୀଙ୍ଗା ବାଲିସାହି ଗାଁର ରମେଶ କିଛି ଦିନ ଧରି କିଡନୀ ସମସ୍ୟାରେ ପୀଡ଼ିତ ଥିଲେ। ଗତ ବୁଧବାର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅନୁଗୁଳ ଡାକ୍ତରଖାନା ଓ ପରେ ସନ୍ଧ୍ୟାରେ କଟକ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ପରଲୋକ ଘଟିଥିଲା। ତାଙ୍କ ବିୟୋଗରେ ସଂଘ ପକ୍ଷରୁ ଶୋକ ବ୍ୟକ୍ତ କରାଯିବା ସହ ଆଜି ଖବରକାଗଜ ବିତରଣକୁ ବନ୍ଦ ରଖା ଯାଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା। ଜଣେ କର୍ତ୍ତବ୍ୟନିଷ୍ଠ ବିତରକ ଭାବେ ସେ ସୁପରିଚିତ ଥିଲେ ।
ଖବରକାଗଜ ବିତରକଙ୍କ ପରଲୋକ
- Post published:June 29, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul