ଅନୁଗୁଳ: ଶ୍ରମିକ ଗୌରବ, ବିଶିଷ୍ଟ ଶ୍ରମିକ ନେତା, ଲେଖକ, ସୁବକ୍ତା ତଥା ଢେଙ୍କାନାଳସ୍ଥିତ ଦତ୍ତାତ୍ରୟ ସାଇ ଆଶ୍ରମର ପ୍ରତିଷ୍ଠାତା ତାଳଚେରର ଜନନେତା ଦ୍ୱାରିକା ମୋହନ ମିଶ୍ରଙ୍କ ପରଲୋକ ଘଟିଛି। ତାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକବ୍ୟକ୍ତ କରିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି କହିଛନ୍ତି, ଦ୍ଵାରିକା ମୋହନ ମିଶ୍ରଙ୍କ ଭଳି ଦକ୍ଷ, ଅନୁଭବୀ, ସାହସୀ ନେତାଙ୍କ ବିୟୋଗ ତାଳଚେର ପାଇଁ ଏକ ଅପୂରଣୀୟ କ୍ଷତି। ସେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।