ଜୟପୁର: ଚାଲିଗଲେ ଶେଷ ରାଣୀ। ବର୍ଷ ଆରମ୍ଭରୁ ରାଜ ପରିବାରରେ ଦୁଃଖଦ ଖବର। ଜୟପୁର ରାଜ ପରିବାରର ଶେଷ ରାଣୀ ରାଜମାତା ରମାକୁମାରୀ ଦେବୀଙ୍କ ୯୦ ବର୍ଷ ବୟସରେ ଜୟପୁର ସ୍ଥିତ ମୋତି ପେଲେସରେ ପରଲୋକ ହୋଇଛି। ବର୍ତ୍ତମାନ ରାଣୀଙ୍କ ନିକଟରେ ସାନ ବୋହୂ ସାରିକା ଦେବୀ ଓ ନାତି ତଥା ଯୁବରାଜ ଉପସ୍ଥିତ ଅଛନ୍ତି। ରାଜକୀୟ ପରମ୍ପରା ଅନୁସାରେ ରାଜମାତା ତଥା ଶେଷରାଣୀ ରମାକୁମାରୀ ଦେବୀଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି।
ବର୍ଷ ଆରମ୍ଭରୁ ରାଜ ପରିବାରରେ ଦୁଃଖ, ଜୟପୁରର ଶେଷ ରାଣୀ ରମାକୁମାରୀ ଦେବୀଙ୍କ ପରଲୋକ
- Post published:January 2, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul