ବନ୍ତଳା : ଅନୁଗୁଳ ବ୍ଲକ ହମାମିରା ଗାଁରେ ହାତୀ ଆକ୍ରମଣରେ ଆଜି ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ବନ୍ତଳା ପୋଲିସ ଓ ବନ ବିଭାଗ ପହଞ୍ଚି ତଦନ୍ତ କରୁଛନ୍ତି।
ସୂଚନା ଅନୁଯାୟୀ, ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳ ହମାମିରା ଗାଁର ନିତ୍ୟା ଗୋଛାୟତ(୫୫) ଗତକାଲି ଠାରୁ ଘରକୁ ଫେରିନଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ତେବେ ଆଜି ନିତ୍ୟାଙ୍କ ମୃତ ଦେହ ଗାଁ ନିକଟରେ ଥିବା ଏକ ପଡ଼ିଆରେ ପଡିଥିବା ଦେଖିବାକୁ ମିଳିଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ହାତୀ ଆକ୍ରମଣରେ ନିତ୍ୟାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତେବେ ଘଟଣାସ୍ଥଳରେ ବନ୍ତଳା ପୋଲିସ ଓ ବନ ବିଭାଗର କର୍ମଚାରୀ ମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।