ଭୁବନେଶ୍ୱରୀ କୋଇଲା ଖଣିରେ କାର୍ଯ୍ୟରତ ଡ୍ରାଇଭରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଖଣି ବନ୍ଦ କଲା ବିଜେପି

You are currently viewing ଭୁବନେଶ୍ୱରୀ କୋଇଲା ଖଣିରେ କାର୍ଯ୍ୟରତ ଡ୍ରାଇଭରଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଖଣି ବନ୍ଦ କଲା ବିଜେପି

 

ତାଳଚେର: ତାଳଚେର ଭୁବନେଶ୍ୱରୀ କୋଇଲା ଖଣିରେ ଏସଆଇପିଏଲ କମ୍ପାନୀରେ କାର୍ଯ୍ୟରତ ଜଣେ ଡ୍ରାଇଭରଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ ଗାଡ଼ି ଚାଳକ ହେଲେ ନିରଞ୍ଜନ ଜେନା।

ସୂଚନା ମୁତାବକ, ନିରଞ୍ଜନ ଡ୍ୟୁଟିରେ ଥିବା ବେଳେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଖବର ଶୁଣି ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘର ସଭାପତି ତଥା ବିଜେପି ଜିଲ୍ଲା ଉପସଭାପତି ଇଂ ମନୋଜ କୁମାର ପ୍ରଧାନ କୋଇଲା ଖଣିରେ ପହଞ୍ଚି ଖଣିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ କ୍ଷତିପୂରଣ ଦାବି କରିଥିଲେ। ଯେ ପର୍ଯ୍ୟନ୍ତ ଉପଯୁକ୍ତ କ୍ଷତିପୂରଣ ରାଶି ସହ ତାଙ୍କ ପରିବାରର ଜଣକୁ ନିଯୁକ୍ତି ନ ମିଳିଛି ସେ ପର୍ଯ୍ୟନ୍ତ ଏ ଖଣି ବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ସେ ଚେତାବନୀ ଦେଇଛନ୍ତି।

Share

Leave a Reply