ଘର ମାଲିକାଣୀଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଓ ଜାତି ଆଣ ଆକ୍ଷେପ, ଥାନାରେ ମାମଲା

You are currently viewing ଘର ମାଲିକାଣୀଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଓ ଜାତି ଆଣ ଆକ୍ଷେପ, ଥାନାରେ ମାମଲା

ଆଠମଲ୍ଲିକ: ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ମିଣ୍ଡୋଳ ଗ୍ରାମର ଜଣେ ମହିଳାଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ ଓ ଜାତି ଆଣ ଆକ୍ଷେପ କରାଯାଇଥିବା ନେଇ ଠାକୁରଗଡ଼ ଥାନାରେ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ଗାଁର ଭାରତୀ ନାୟକଙ୍କୁ ସେହି ଗ୍ରାମର ବିଜୟ ନାୟକ, ମଙ୍ଗୁଳ ନାୟକ, ଲକ୍ଷ୍ମୀଧର ନାୟକ, ପୁରୁଷୋତ୍ତମ ନାୟକ, ସିନ୍ଦୁରଖୋଳ ଗ୍ରାମର ପବିତ୍ର ପ୍ରଧାନ, ସାନହୁଲା ଗ୍ରାମର ପ୍ରଭାକର ପ୍ରଧାନ ମାଡ଼ ମାରିବା ସହ ହତ୍ୟା ଧମକ ଓ ଜାତି ଆଣ ଆକ୍ଷେପ କରିଥିବା ନେଇ ଭାରତୀ ଠାକୁରଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୋଲିସ କେସ୍ ନମ୍ବର ୧୨୩/୨୪ରେ ଏକ ମାମଲା ରୁଜୁ କରିଛି।

ପୋଲିସ କହିଛି ଯେ ଭାରତୀ ତାଙ୍କ ଘରେ ବିରେନ୍ଦ୍ର ପ୍ରଧାନ , ଓ ତାଙ୍କ ପତ୍ନୀ ଦୋକାନ ଦେଇଥିବା ବେଳେ ଉକ୍ତ ୬ ଜଣ ଆସି ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏହାକୁ ଭାରତୀ ପ୍ରତିବାଦ କରିବାରୁ ତାଙ୍କୁ ୬ ଜଣ ମିଶି ମାଡ଼ ମାରିବା ସହ ଜାତି ଆଣ ଆପେକ୍ଷ କରିଥିଲେ ଓ ହତ୍ୟା ଧମକ ଦେଇଥିଲେ।

Share

Leave a Reply