ଅନୁଗୁଳ: ରାଜ୍ୟ ସରକାରଙ୍କ ପୂର୍ବତନ ଗୃହ ରାଷ୍ଟ୍ରମନ୍ତ୍ରୀ ତଥା ଅନୁଗୁଳର ପୂର୍ବତନ ବିଧାୟକ ଦେବରାଜ ସାହୁଙ୍କ ଶୁକ୍ରବାର ସକାଳେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ସେ ଗତ ୧୫ ଦିନ ହେଲା ନିମୋନିଆରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଥିବା ବେଳେ ସକାଳୁ ତାଙ୍କର ମୃତ୍ୟୁ ହୋଇଛି। ସ୍ବର୍ଗତ ସାହୁ ୧୯୭୧ ରୁ ୧୯୭୪ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବିଶ୍ଵନାଥ ଦାସ ମନ୍ତ୍ରୀ ମଣ୍ଡଳରେ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ତାଙ୍କରି ସମୟରେ ଅନୁଗୁଳରେ ଦମକଳ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା। ସେ ଜଣେ ନିଷ୍ଠାପର, ସଚ୍ଚୋଟ ତଥା ଗରିବ ଲୋକଙ୍କ ଦରଦୀ ବନ୍ଧୁ ଥିଲେ। ତାଙ୍କ ବିୟୋଗରେ ଅନୁଗୁଳ ଜିଲ୍ଲା ଓ ଶୁଭେଚ୍ଛୁଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି। ଅପରାହ୍ନରେ ଭୁବନେଶ୍ବରରୁ ମର ଶରିରକୁ ଅନୁଗୁଳ ଜିଲ୍ଲା କୋର୍ଟ ପରିସରକୁ ଅଣାଯାଇଥିଲା। ଅନୁଗୁଳ ଓକିଲ ସଂଘର ବରିଷ୍ଠ ସଦସ୍ୟଥିବା ସ୍ବାର୍ଗତ ସାହୁଙ୍କ ମରଶରିରରେ ଓକିଲ ସଂଘର କର୍ମକର୍ତ୍ତାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ଖଲାରୀ ସ୍ଥିତ ନିଜ ବାସଭବନକୁ ନିଆଯାଇଥିଲା। ସେଠାରେ ଅଞ୍ଚଳବାସୀ ଓ ବନ୍ଧୁ ପରିଜନ ଶେଷ ଦର୍ଶନ କରିଥିଲେ। ପରେ ଅନୁଗୁଳ ଖଲାରି ଠାରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା। ଏକ ମାତ୍ର ପୁତ୍ର ଦିଲ୍ଲିପ ସାହୁ ମୁଖାଗ୍ନି ଦେଇଥିଲେ।
ପୂର୍ବତନ ମନ୍ତ୍ରୀ ଦେବରାଜ ସାହୁଙ୍କ ପରଲୋକ
- Post published:February 25, 2022
- Post category:ପ୍ରତିଭା ଓ ବ୍ୟକ୍ତିତ୍ୱ
- Post comments:0 Comments
- Post author:Biswaranjan Pattnaik

Tags: Angul