କିଶୋରନଗରରେ ବିଜେପିର ଦୁଇ ଦିନିଆ ‘ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର’ ଉଦଯାପିତ

You are currently viewing କିଶୋରନଗରରେ ବିଜେପିର ଦୁଇ ଦିନିଆ ‘ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର’ ଉଦଯାପିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବିଜେପି ମଣ୍ଡଳ ପକ୍ଷରୁ ସ୍ଥାନୀୟ ସାଧୁପାଳ ସ୍ଥିତ କଲ୍ୟାଣ ମଣ୍ଡପଠାରେ ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ଶିବିର ଆଜି ସଫଳତାର ସହ ଉଦଯାପିତ ହୋଇଛି। ମଣ୍ଡଳ ସଭାପତି ଧନୁର୍ଜୟ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉଦଯାପନୀ ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲା ପ୍ରତିନିଧି ତଥା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁଦୀପ୍ତ ଗଡ଼ନାୟକ ଏବଂ ଜିଲ୍ଲା ବିଜେପି ଉପସଭାପତି ମନୋଜ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଜେପି ବିଶ୍ୱର ଏକ ବୃହତ ଦଳ ହୋଇଥିବାରୁ ଏହାର ଆଦର୍ଶ ଓ ବିଚାରଧାରାକୁ ପାଥେୟ କରି ଜନସେବାରେ ନିୟୋଜିତ ହେବାକୁ ଅତିଥିମାନେ କର୍ମକର୍ତ୍ତାମାନଙ୍କୁ ଆହ୍ୱାନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସମ୍ପାଦକ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ବ୍ଲକ ପ୍ରତିନିଧି ସରୋଜ ସାହୁ, ଜିଲ୍ଲା ଏସଡିଏସ ଚେୟାରମ୍ୟାନ ବଶିଷ୍ଠ ନାୟକ, କୃଷକ ମୋର୍ଚ୍ଚା ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରତ୍ନାକର ପ୍ରଧାନ, ଅଜିତ ପ୍ରଧାନ ଏବଂ ପୂର୍ବତନ ମଣ୍ଡଳ ସଭାପତି ଅଖିଳ ପ୍ରଧାନ ଓ ଜଳଧର ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ଶିବିରର ଅନ୍ତିମ ପର୍ଯ୍ୟାୟରେ ସମୂହ ଜାତୀୟ ସଙ୍ଗୀତ ଗାନ କରାଯିବା ପରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନେ ଦଳୀୟ ପତାକା ଅବତରଣ କରି ମଣ୍ଡଳ ସଭାପତିଙ୍କୁ ହସ୍ତାନ୍ତର କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ମଣ୍ଡଳର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ପ୍ରଶିକ୍ଷଣ ଗ୍ରହଣ କରିଥିଲେ।

Share

Leave a Reply