ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏନ୍ଏସି ସମେତ ନିକଟସ୍ଥ ଗ୍ରାମ ଗୁଡ଼ିକରେ ପ୍ରାଣୀ ଚିକିତ୍ସିକ ନିଯୁକ୍ତି ଦିଆଯିବାକୁ ଦୁଗ୍ଧଚାଷୀଙ୍କ ପକ୍ଷରୁ ଦାବି ହୋଇଛି । ଏହି ମର୍ମରେ ରାଜ୍ୟ କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଆଠମଲ୍ଲିକ ଅତିରିକ୍ତ ତହସିଲଦାର ଅଶୋକ ଦେହୁରୀଙ୍କୁ ପ୍ରଦାନ କରାଯାଇଛି। ବର୍ଷ ବର୍ଷ ଧରି ପ୍ରାଣୀ ଚିକିତ୍ସକ ପଦବି ଖାଲି ପଡ଼ିଥିବାରୁ ଦୁଗ୍ଧ ଚାଷୀମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫାଟୁଆ ରୋଗ ଭଳି ଋତୁ କାଳୀନ ଟିକା ଠିକଣା ସମୟରେ ଦିଆଯାଇପାରୁନି । ଏହାଛଡ଼ା ଗୃହପାଳିତ ପ୍ରାଣୀଙ୍କୁ ଆବଶ୍ୟକ ବେଳେ ଭିଟାମିନ୍ ମଧ୍ୟ ମିଳିପାରୁ ନାହିଁ ବୋଲି ସ୍ଥାନୀୟ ଅଞ୍ଚଳର ଦୁଗ୍ଧଚାଷୀ କ୍ଷୋଭ ପ୍ରକାଶ କରିଛନ୍ତି। ଏଥି ସହ ଆଠମଲ୍ଲିକ ପ୍ରାଣୀ ଚିକିତ୍ସାଳୟରେ ୮ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ କରୁଥିବା କିରାଣିଙ୍କୁ ଅମିଳମ୍ବେ ଅନ୍ୟତ୍ର ବଦଳି କରାଯିବା, ମୃତ୍ୟୁ ମୁଖରେ ପଡ଼ିଥିବା ବୀମାଭୁକ୍ତ ଗୋରୁ, ଛେଳି, ମେଣ୍ଢାଙ୍କର ବୀମା ରାଶି ଅବିଳମ୍ବେ ପ୍ରଦାନ କରାଯିବାକୁ କିଶୋର ମହାକୁଡ଼, ସୁଶୀଲ ମହାକୁଡ଼, ସୁବାସ ଚନ୍ଦ୍ର ପ୍ରଧାନ, ଅଶୋକ ନନ୍ଦ ପ୍ରମୁଖ ଦାବି କରିଛନ୍ତି।
ପ୍ରାଣୀ ଚିକିତ୍ସକ ନିଯୁକ୍ତି ଦାବି
- Post published:December 9, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
