ଡ଼କାୟତୀ ଉଦ୍ୟମ ପଣ୍ଡ, ୩ ଗିରଫ

0

ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ଡିପିଏସ୍ ନିକଟରେ ଡ଼କାୟତୀ ଯୋଜନା କରୁଥିବା ୩ ଜଣ ଯୁବକଙ୍କୁ ପୁଲିସ ମଙ୍ଗଳବାର ବିଳମ୍ବିତ ରାତିରେ ଧରିବାରେ ସଫଳ ହୋଇଛି। ସୂଚନା ମୁତାବକ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ନାଲକୋ ପୁଲିସ ନାଲକୋ ଦିଲ୍ଲୀ ପବ୍ଲିକ୍ ସ୍କୁଲ ପଛପାଖରେ ୪/୫ ଡ଼କାୟତୀ ଯୋଜନା କରୁଛନ୍ତି। ପାଟ୍ରୋଲିଂ କରୁଥିବା ପୁଲିସ ସେଠାରେ ପହଞ୍ଚି ୩ ଜଣଙ୍କୁ କାବୁ କରିଥିଲେ ହେଁ ୨ ଜଣ ଘଟଣା ସ୍ଥାଲରୁ ଫେରାର ହୋଇ ଯାଇଛନ୍ତି। ଏଥିରେ ନାଲକୋ ଶିଶୁ ହାର୍ଟିଂର ନଣ୍ଡା ଓରଫ ପଙ୍କଜ ମହାକୁଡ଼(୨୪), କରି ଓରଫ ଭରତ ସିରିଆ(୨୧) ଓ କାଣ୍ଡସର ଗାଁର ଦିବ ଓରଫ ସିପୁନ ବେହେରା(୨୬)ଙ୍କ ନାମରେ ମାମଲା ରୁଜୁକରି ଗିରଫ କରାଯାଇଛି। ସେମାନଙ୍କଠାରୁ ଛୁରି, କଟୁରୀ ଓ ଲୁହାରଡ଼ ଜବତ କରାଯାଇଛି।

online coaching

Leave A Reply

Your email address will not be published.