ପଦୋନ୍ନତି ଦବିରେ ଧାରଣା

You are currently viewing ପଦୋନ୍ନତି ଦବିରେ ଧାରଣା

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ଅଙ୍ଗନୱାଡି କର୍ମଚାରୀ ମାନଙ୍କୁ ସୁପର ଭାଇଜର ପଦରେ ପଦୋନ୍ନତି ପ୍ରଦାନ ଦାବିରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଧାରଣା ଦିଆଯାଇଛି। ଅଲ ଓଡିଶା ଅଙ୍ଗନୱାଡି ୱାର୍କର ଆସୋସିଏସନ୍ ତରଫରୁ ଦାବି କରାଯାଇଛି ଯେ, ଜିଲ୍ଲାରେ ପଦୋନ୍ନତି ଦେବାରେ ବିଳମ୍ବ ହେଉଥିବାରୁ ଗତ ନଭେମ୍ବର ମାସରେ ପ୍ରଶାସନକୁ ଜଣାଇଥିଲେ। ଖାଲି ପଡ଼ିଥିବା ସୁପରଭାଇଜର ପଦକୁ ପୁରଣ କରିବା ପାଇଁ ଅଙ୍ଗନୱାଡି କର୍ମଚାରୀ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ପଦୋନ୍ନତି ଦିଆଯିବାକୁ ଦାବି କରାଯାଇଛି। ସୁପରଭାଇଜର ପଦରେ ନବାଗତଙ୍କୁ ଦିଆ ନଯିବାକୁ ଦାବି କରାଯାଇଛି। ଏହି ଧାରଣା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବସିବ ବୋଲି ସଂଘର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।

Share

Leave a Reply