ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

You are currently viewing ଲକ୍ଷାଧିକ ଟଙ୍କାର ସୁନାଗହଣା ଚୋରି

ଅନୁଗୁଳୁ: ଅନୁଗୁଳ ଜିଲ୍ଲା ନାଲ୍‌କୋ ଥାନା ଅନ୍ତର୍ଗତ କାଣ୍ଡସର ମହୁଲବୁରି ସାହିର ବିନୟକୁମାର ମହାପାତ୍ରଙ୍କ ଘରେ ମଙ୍ଗଳବାର ରାତିରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ଦୁର୍ବୃତ୍ତମାନେ ବିନୟଙ୍କ ଘର ପଛପାଖ ଝରକା ଭାଙ୍ଗି ଘରେ ପ୍ରବେଶ କରି ଲୁହା ଆଲମୀରା ଭାଙ୍ଗି ସେଥୁରୁ ସୁନାହାର, ମୁଦି, କାନଫୁଲ, ଶଙ୍ଖା ସୁନାଚେନ, ପାଉଁଜି, ଗୋଡ଼ମୁଦି ଆଦି ପ୍ରାୟ ଦୁଇଶହ ଗ୍ରାମରୁ ଅଧିକ ଓଜନର ସୁନାଗହଣା ଏବଂ ନଗଦ ଦୁଇଲକ୍ଷ ଟଙ୍କା ନେଇ ପଳାଇଥିବା ଶ୍ରୀ ମହାପାତ୍ର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସର ତଦନ୍ତ ବିଳମ୍ବ ହେବା ଏବଂ

ସନ୍ଧାନୀକୁକୁର ସନ୍ଧ୍ୟା ପର୍ଯ୍ୟନ୍ତ ଆସି ନଥିବା ପୁଲିସର ପାରିବାପଣିଆକୁ ନେଇ ସାଧାରଣରେ ଆଲୋଚନାର ପ୍ରସଙ୍ଗ ହୋଇଛି। ଦୁବୃତ୍ତମାନେ ଯିବାବେଳେ ଦୁଇହଜାର ଟଙ୍କିଆ ଦୁଇଟି ଛାଡ଼ି ପଳାଇଥିବା ପ୍ରକାଶ। ସୂଚନା ମୁତାବକ ବିନୟ ନାଲ୍‌କୋ ଅଞ୍ଚଳରେ ଗ୍ଲୋବାଲ ନେଟ୍ ନାମକ ସଂସ୍ଥା କରି ଏହାକୁ ଚଳାଇ ଆସୁଥିଲେ। ଦୋକାନ ବେପାର ପଇସା ବ୍ୟାଙ୍କ ବନ୍ଦଥିବାରୁ ଡିପୋଜିଟ୍ କରିପାରି ନଥିଲେ ଏବଂ ଘରେ ଟଙ୍କାକୁ ରଖିଥିଲେ। ରାତି ୧୦ଟାବେଳେ ଦୋକାନ ବନ୍ଦ କରି ଘରକୁ ଗଲାବେଳେ ଉକ୍ତ ଘଟଣା ସଂକ୍ରାନ୍ତରେ ସେ ଅବଗତ ହୋଇଥିଲେ । ଦୁବୃତ୍ତମାନେ କହ୍ନେଇ ନଗରର ଦୁଇଟି ଘରୁ ଚୋରି କରିବା ଏବଂ ଏକ ଗ୍ୟାରେଜରୁ ତିନିଟି ମୋବାଇଲ ଚୋରି କରିବା ସହ ରାମଚଣ୍ଡୀ ଗିଫ୍ଟ ହାଉସ ଦୋକାନ କାନ୍ଥ ଭାଙ୍ଗି ଲୁଟ୍‌ପାଟ୍ କରିଥିଲେ ହେଁ ପୁଲିସ କାହାରି ଟେର୍‌ ପାଇ ନାହିଁ। ଅପରପକ୍ଷରେ ନାଲ୍‌କୋ ଥାନା ଇଲାକାରେ ବାରମ୍ବାର ଏହିଭଳି ଚୋରି ଘଟଣା କିଛିଦିନ ମଧ୍ୟରେ ଅଞ୍ଚଳବାସୀଙ୍କ ଲାଗି ଚିନ୍ତାର କାରଣ ସାଜିଛି ।

Share

Leave a Reply